ଚୁଟି ଖରାପ ହେବା ଡରରେ ମୁମ୍ବାଇ ଆସୁନଥିଲେ ମୀରା

ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଏକ ଭିଡିଓରେ ନିଜର ‘ହେୟାର ଷ୍ଟୋରି’ ସେୟାର କରିଛନ୍ତି। ମୀରା କହିଛନ୍ତି ଯେ ଶାହିଦଙ୍କ ସହ ବିବାହ ପରେ ତାଙ୍କ ସହ ମୁମ୍ବାଇରେ ଯାଇ ରହିବା କଥା ଭାବି ତାଙ୍କୁ ଡର ଲାଗୁଥିଲା। ସେ କହିଛନ୍ତି, ମୁମ୍ବାଇ ପରିବେଶରେ ତାଙ୍କ ଚୁଟି ରୁକ୍ଷ ହୋଇଯାଇଥାଆନ୍ତା। ତାଙ୍କୁ ମୁକୁଳା ଓ ମୁକ୍ତ ଭାବେ ଉଡ଼ୁଥିବା ଚୁଟି ଭଲ ଲାଗେ। ମୁମ୍ବାଇରେ ଆର୍ଦ୍ରତା ତାଙ୍କର ଏ ଅଭିଳାଷ ଆଗରେ ବାଧା ସାଜିଥାଆନ୍ତା ବୋଲି ସେ ଭାବୁଥିଲେ। ମାତ୍ର ମୀରାଙ୍କୁ ମୁମ୍ବାଇର ପାଣି ସୁହାଉଥିବା ବେଳେ ଏହା ତାଙ୍କ ଚୁଟି ଉପରେ କୌଣସି ପ୍ରଭାବ ପକାଇ ନାହିଁ।

ସମ୍ବନ୍ଧିତ ଖବର