ଅନଲାଇନରେ ଫୋନ କଭର ମଗାଇ ଠକେଇର ଶିକାର ହେଲେ ମୀରା, କହିଲେ ଏଭଳି କଥା

ମୁମ୍ବାଇ: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଫୋନ କଭରର ଫଟୋ ସେୟାର କରିଛନ୍ତି। ଏହି ଫୋନ କଭର ପାଇଁ ସେ ଠକେଇର ଶିକାର ହୋଇଥିବା କହିଛନ୍ତି। କଭର ଫଟୋ ସେୟାର କରି ମୀରା ରାଜପୁତ କହିଛନ୍ତି, ସେ ଏକ ସ୍ଲିଙ୍ଗ କେସ କିଣିଥିଲେ। ଯାହାକି ୱାର୍କଆଉଟ ସମୟରେ ତାଙ୍କୁ ଫୋନ ରଖିବାରେ ସାହାଯ୍ୟ ହୋଇପାରିବ। କିନ୍ତୁ ସେ ଏକ ୱେବସାଇଟର ଠକେଇରେ  ପଡ଼ି ଯାଇଛନ୍ତି।

Mira Rajput chuckles as she reveals 'its been years' since she got 'conned' for a phone case | PINKVILLA

ମୀରା ଲେଖିଛନ୍ତି, ଏକ ମୂଲ୍ୟହୀନ ବିଜ୍ଞାପନ ଲୋଭରେ ପଡ଼ି ଫୋନ କଭର କିଣି ଥିଲି। ଫଟୋରେ ଯେମିତି ଦେଖା ଯାଇଥିଲା ଅର୍ଡର ପହଞ୍ଚିଲା ବେଳକୁ ଆଦୌ ସେମିତି ଦେଖାଯାଉ ନଥିଲା। ଖରାପ ପ୍ଲାଷ୍ଟିକରେ ତିଆରି ହୋଇଥିବା ଭଳି ଦିଶୁଥିଲା। କାମ ସେମିତି କରୁଛି ଏତେ ଟା ବି ଭଲ ନୁହେଁ। ମୋତେ ହସ ମାଡ଼ୁଛି। ବହୁତ ଦିନ ପରେ ଠକେଇର ଶିକାର ହୋଇଛି।

ମୀରା ରାଜପୁତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାଆନ୍ତି। ତାଙ୍କ ଜୀବନ ସହିତ ଜଡ଼ିତ ଛୋଟଛୋଟ ଘଟଣାକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଥାଆନ୍ତି। ସ୍ବାମୀ ସାହିଦ କପୁରଙ୍କ ସହିତ ବିତାଇଥିବା ସମୟ ଠାରୁ ଆରମ୍ଭ କରି ମଜାଦାର ଘଟଣା ଆଦି ସବୁ ସେ ତାଙ୍କ ଫ୍ୟାନଙ୍କ ସହିତ ସେୟାର କରନ୍ତି। ଏଥିସହିତ ସେ ତାଙ୍କ ଫ୍ୟାନମାନଙ୍କ ସହିତ କଥାବର୍ତ୍ତା ବି ହୋଇଥାଆନ୍ତି।

ସମ୍ବନ୍ଧିତ ଖବର