ସାହିଦ ନିଜର ବେଡରୁମ୍‌ ସିକ୍ରେଟ ସେୟାର କରି କହିଥିଲେ, ପତ୍ନୀ ମୋର ପୋଷାକ ପିନ୍ଧି ଶୋଇବାକୁ ଯାଆନ୍ତି

ନୂଆଦିଲ୍ଲୀ: ଅଭିନେତା ସାହିଦ କପୁର ଓ ମୀରାଙ୍କ ପ୍ରତ୍ୟେକ ସାକ୍ଷାତକାର ଖୁବ୍‌ ମଜାଦାର ହୋଇଥାଏ। ଦୁହେଁ ଖୁବ୍‌ ସ୍ନେହର ସହ ପରସ୍ପର ସହିତ ଝଗଡ଼ା କରୁ ଥିବାର ଦେଖିବାକୁ ମିଳିଥାଏ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଯୋଗ ଦେଇ ସାହିଦ ନିଜର ବେଡ୍‌ରୁମ୍‌ ସିକ୍ରେଟ ସେୟାର କରିଛନ୍ତି।

ସାହିଦ କହିଛନ୍ତି, ପତ୍ନୀ ମୀରା ମୋର ପୋଷାକ ପିନ୍ଧି ଶୋଇବାକୁ ଯାଆନ୍ତି। ମୀରାଙ୍କ ପାଖରେ ବହୁତ ଫୁଟଓ୍ଵୟର୍ସ ରହିଛି। ଏପରି ମୁଁ ତାଙ୍କ ଫୁଟଓ୍ଵୟାର୍ସରେ ଯଦି ଜୋତା ରଖି ଦିଏ ସେ ଖୁବ୍‌ ରାଗି ଯାଆନ୍ତି। ଚିଡିଚିଡି ହୋଇ ମୋର ଜୋତାକୁ ତାଙ୍କ ଫୁଟଓ୍ଵୟର୍ସରୁ ଫିଙ୍ଗି ଦେଇଥାଆନ୍ତି। ତେବେ ମଜାଦାର କଥା ହେଉଛି ମୀରା ସବୁବେଳେ ଶୋଇବାକୁ ଗଲେ ମୋର ପୋଷାକ ପିନ୍ଧି ଶୋଇବାକୁ ପସନ୍ଦ କରନ୍ତି।

ତେବେ ଏହା ପୂର୍ବରୁ ମୀରା ଏକ ଚାଟ ସୋ’ରେ ଯୋଗ ଦେଇ ଗାର୍ଲଫ୍ରେଣ୍ଡସ୍‌ରୁ ନେଇ ନିଜର ସେକ୍ସ ଲାଇପ୍‌ ବିଷୟରେ ଆଲୋଚନା କରି ସାରିଛନ୍ତି।

ସମ୍ବନ୍ଧିତ ଖବର