ମୃତ୍ୟୁ ପରେ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମଦିନ; ଶ୍ରୀଙ୍କ ଅନ୍ୟତମ ହିଟ୍‌ ଚଳଚ୍ଚିତ୍ର ‘ଗୁରୁଦେଭ’ରୁ ରହିଛି ତାଙ୍କ ପାଇଁ ସର୍‌ପ୍ରାଇଜ୍‌

ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କର ଗତ ଫ୍ରେବୁଆରିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆସନ୍ତା ସୋମବାର ଶ୍ରୀଙ୍କ ଜନ୍ମଦିନ। ମୃତ୍ୟୁ ପରେ ଏହା ତାଙ୍କ ପ୍ରଥମ ଜନ୍ମବାର୍ଷିକୀ।

ଡ୍ରିମ୍‌ଗର୍ଲଙ୍କ ଜନ୍ମଦିନ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ସୁକତା ପରେ ସ୍ୱାମୀ ବୋନି କପୁର କହନ୍ତି,‘ହିରୋ ଏବଂ ଲିଜାଣ୍ଡ ଦୁହେଁ ସ୍ୱତନ୍ତ୍ର। ହିରୋମାନେ ସଦା ମନେ ରୁହନ୍ତି ଓ ଲିଜାଣ୍ଡମାନେ କେବେ ମରନ୍ତି ନାହିଁ। ଶ୍ରୀ ଆମ ସହ ସବୁବେଳେ ବଞ୍ଚିକରି ରହିଛନ୍ତି। ଏମିତି ଗୋଟାଏ ମୁହୂର୍ତ୍ତ ନାହିଁ ଯେତେବେଳେ ଆମେ ତାଙ୍କୁ ମନେ ପକାଇ ନାହୁଁ। ମୃତ୍ୟୁ ପରେ ଆସନ୍ତା ସୋମବାର ହେବ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମଦିନ।’

ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବଲିଉଡ୍‌ ଆର୍ଟ ପ୍ରୋଜେକ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଚାପେଲ୍‌ ରୋଡସ୍ଥିତ ବିଲିଡିଂ କାନ୍ଥରେ ଶ୍ରୀଦେବୀଙ୍କର ଏକ ୧୮ ଫୁଟିଆ ଚିତ୍ର କରିବାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ଚିତ୍ରକୁ ଆଙ୍କିବେ ଚିତ୍ରକର ରଞ୍ଜିତ ଦହିଆ, କୁନାଲ ଦହିଆ, ବିଦିଶା ବିଶ୍ୱାସ, ଆରୁଶୁ ଓ ରିଚା। ଶ୍ରୀଦେବୀଙ୍କ ହିଟ୍‌ ଚଳଚ୍ଚିତ୍ର ‘ଗୁରୁଦେଭ’ର ଏକ ଦୃଶ୍ୟକୁ ସେମାନେ ଆଙ୍କିବେ ବୋଲି ମନସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର