ମିସ ୱାର୍ଲଡ ମୁକୁଟ ପିନ୍ଧି ଚଟାଣରେ ବସି ଖାଉଥିବା ଐଶ୍ବର୍ଯ୍ୟାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ମିସ ୱାର୍ଲଡ ମୁକୁଟ ପିନ୍ଧି ଐଶ୍ବର୍ଯ୍ୟା ରାଏ ବଚ୍ଚନ ତଳେ ବସି ଖାଉଥିବ‌ାର ଏକ ଫଟୋ ଏବେ ‌ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଐଶ୍ବର୍ଯ୍ୟା ତାଙ୍କ ସୌନ୍ଦର୍ଯ୍ୟ ସହ ଉତ୍ତମ ସ୍ବଭାବ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ମିସ ୱ‌ାର୍ଲଡର ମୁକୁଟ ପିନ୍ଧିଥିବା ବେଳେ ଏକ ସାଧାରଣ ଶାଢ଼ି ପିନ୍ଧି ତଳେ ବସି ଖାଉଥିବାର  ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ଟି ବହୁତ ପୁରୁଣା ହୋଇଥିଲେ ବି ଐଶ୍ବର୍ଯ୍ୟାଙ୍କ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ସେୟାର ବି କରୁଛନ୍ତି।

୧୯୯୪ ମସିହାରେ ଐଶ୍ବର୍ଯ୍ୟା ରାଏ ମାତ୍ର ୨୧ ବର୍ଷ ବୟସରେ ମିସ ୱାର୍ଲଡ ମୁକୁଟକୁ ନିଜ ନାମରେ କରିଥିଲେ।

ଏହି କ୍ରମରେ ଦେଖିବାକୁ ଗଲେ ନିକଟରେ ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ ସାମାଜିକ ଗଣମାଧ୍ୟମରେ ୨୯ ବର୍ଷ ତଳେ ଫଟୋଗ୍ରାଫର ପ୍ରବୁଦ୍ଧ ଦାସଗୁପ୍ତାଙ୍କ ଦ୍ବାରା ତାଙ୍କର ଉଠାଯାଇଥିବା ଏକ ଫଟୋ ସେୟାର କରିଥିଲେ।

ଆଉ ଲେଖିଥି‌ଲେ ‘ମାତୃଭୂମି ପାଇଁ ଏଭଳି ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହେବା ମୋ ପାଇଁ ସମ୍ମାନର ବିଷୟ। ୨୯ ବର୍ଷ ପରେ ଆଜି ବି ସେହିଦିନର ବିଜୟ ମୋ ଆଖିରେ ଆନନ୍ଦର ଲୁହ ଆଣିଛି। ଭାରତ ଫିଲିପାଇନ୍ସର ମାନିଲାଠାରେ ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସ ସମ୍ମାନରେ ବିଜୟୀ ହୋଇଥିଲି। ଇତିହାସ ଏହାର ସାକ୍ଷୀ ରହିଛି। ସେହିଦିନକୁ ମୁଁ ଗର୍ବର ସହିତ ମନେ ପକାଇ ଉତ୍ସବ ପାଳନ ବି କରୁଛି।’

ସମ୍ବନ୍ଧିତ ଖବର