ଅକ୍ଷୟଙ୍କ କ୍ୟାରିୟରରେ ପ୍ରଥମ: ୨୦୦କୋଟି କ୍ଲବ୍‌ରେ ସାମିଲ ହେଲା ମିଶନ ମଙ୍ଗଲ

ମୁମ୍ବାଇ : ରିଲିଜ୍‌ ହେବାର ୪ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ରାଜ୍‌ କରି ଚାଲିଛି ଫିଲ୍ମ ମିଶନ ମଙ୍ଗଲ । ବଡ଼ ବଜେଟ୍‌ ଫିଲ୍ମ ସାହୋ ଓ ଛିଛୋରେ ଭଳି ଫିଲ୍ମ ମିଶନ ମଙ୍ଗଲର ଆୟରେ କୌଣସି ପ୍ରଭାବ ପକାଇ ନାହିଁ । ୨୯ଦିନ ମଧ୍ୟରେ ୨୦୦କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ଫିଲ୍ମ । ୨୦୦କୋଟି କ୍ଲବ୍‌ରେ ସାମିଲ ହୋଇଥିବା ଅକ୍ଷୟଙ୍କ ପ୍ରଥମ ଫିଲ୍ମ ପାଲଟିଛି ମିଶନ ମଙ୍ଗଲ । ଫିଲ୍ମର ସଫଳତା ପରେ ପୁଣି ଥରେ ବକ୍ସ ଅଫିସର ଖିଲାଡି ପାଲଟିଛନ୍ତି ଅକ୍ଷୟ ।

ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି କହିଛନ୍ତି, ମିଶନ ମଙ୍ଗଲ ୨୦୦କୋଟି ଟଙ୍କା ଆୟ କରିଛି । ଏହା ଅକ୍ଷୟ କୁମାରଙ୍କ ପ୍ରଥମ ଦୁଇ ଶତକ । ୨୦୦କୋଟି ଟଙ୍କା ଆୟ କରି ଅକ୍ଷୟ ସଲମାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଲମାନଙ୍କ ଫିଲ୍ମ ଏକ୍‌ ଥା ଟାଇଗର ସ୍ୱାଧୀନତା ଦିବସରେ ରିଲିଜ୍‌ ହୋଇଥିଲା । ଯାହା ୧୯୮.୭୮କୋଟି ଟଙ୍କା ଆୟ କରିଥିଲା । ଏବେ ଅକ୍ଷୟଙ୍କ ମିଶନ ମଙ୍ଗଲ ୨୦୦କୋଟି ଟଙ୍କା ଆୟ କରି ସଲମାନଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ସମ୍ବନ୍ଧିତ ଖବର