ବକ୍ସଅଫିସରେ ଧୁମ ମଚାଉଛି ‘ମିଶନ ମଙ୍ଗଳ’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ସିନେମା ‘ମିଶନ ମଙ୍ଗଲ’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ଯାହାକୁ ନେଇ ସେ ବହୁ ଖୁସି ଅଛନ୍ତି । ଏହି ସିନେମା ପ୍ରଥମ ଦିନରେ ହିଁ ୨୯.୧୬ କୋଟି ବ୍ୟବସାୟ କରି ସାରିଛି । ସେହିପରି ଦ୍ଵିତୀୟ ଦିନରେ ୧୭.୨୮ କୋଟି ଟଙ୍କାର ବ୍ୟବସାୟ କରିଛି | ଏହାସହ ଏହି ଫିଲ୍ମଟି ମୋଟ ୪୬.୪୪ କୋଟି ଟଙ୍କାର ବ୍ୟବସାୟ କରିଛି | ସ୍ୱାଧୀନତା ଦିବସରେ ଏହି ଫିଲ୍ମକୁ ରିଲିଜ କରାଯାଇଥିବାବେଳେ ଏହା ଫାଇଦା ଦେଇଛି | ମିଶନ ମଙ୍ଗଳ ସହ ଜଣ ଅବ୍ରହାମଙ୍କ ବାଟଲା ହାଉସ ମଧ୍ୟ ରିଲିଜ ହୋଇଥିଲା |

ସିନେମା ମିଶନ ମଙ୍ଗଳରେ ବିଦ୍ୟା ବାଲନ୍‌, ତାପସୀ ପନ୍ନୁ, କୀର୍ତ୍ତି କୁଲ୍ଲାରି, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଓ ସର୍ମନ୍‌ ଜୋସିଙ୍କ ସହିତ ଅକ୍ଷୟ କୁମାର ନଜର ଆସିଛନ୍ତି ।ଏହି ସିନେମାକୁ ନେଇ ଅକ୍ଷୟ କୁମାର ଗଣମାଧ୍ୟମ ସହ କଥା ହେବା ସହିତ ଏହାର ସଫଳତାକୁ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଏହି ସମୟରେ ଅକ୍ଷୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବି ଖୁବ୍‌ ପ୍ରଶଂସା କରିଛନ୍ତି । ଅକ୍ଷୟ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସହିତ ଦେଶର ବିଜ୍ଞାନ କ୍ଷେତ୍ରରେ ସରକାର କରିଥିବା ସାହାଯ୍ୟକୁ ନେଇ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର