‘ପଦ୍ମାବତୀ’ରେ ଦୀପିକାଙ୍କ ‘ଘୁମର’ ନୃତ୍ୟରେ ଅନେକ ତ୍ରୁଟି!

ମୁମ୍ବାଇ: ନିକଟରେ ବଡପରଦାକୁ ଆସିବାକୁ ଥିବା ସଂଜୟ ଲୀଲା ଭଂସାଲି ନିର୍ଦ୍ଦେଶିତ ‘ପଦ୍ମାବତୀ‘ର ଗୀତ ‘ଘୁମର’ର ରିଲିଜ ହୋଇଛି। ୟୁଟ୍ୟୁବରେ ବହୁତ ଲୋକ ବି ଏହି ଗୀତର ପସନ୍ଦ କରିଛନ୍ତି । କିନ୍ତୁୁ ଅସଲ ରାଜସ୍ଥାନୀ ଡ୍ୟାନ୍‌ସ ‘ଘୁମର’ଠାରୁ ଏହା ବିଲକୁଲ ଅଲଗା ବୋଲି ସମାଲୋଚକମାନେ କହୁଛନ୍ତି। ପୂର୍ବରୁ ବଲିଉଡ ଫିଲ୍ମରେ କେତେଥର ଘୁମର କରାଯାଇଛି, ଯାହା ଏହା ଠାରୁ ବହୁତ ଭଲ କରାଯାଇଥିଲା। ଦୀପିକାଙ୍କ ଆଗରୁ ଅଭିନେତ୍ରୀ ରେଖା ଓ କରିସ୍ମା ଫିଲ୍ମ ‘ଜୁବେଦା’ରେ ଘୁମର ଡ୍ୟାନ୍‌ସ କରିଥିଲା। ଯେଉଁଥିରେ କରିସ୍ମା ସୁନ୍ଦର ଡ୍ୟାନ୍‌ସ କରିଥିଲେ ଓ ଏହାର ସୁଟିଂ ରାଜସ୍ଥାନରେ କରାଯାଇଥିଲା।

କିନ୍ତୁ ‘ପଦ୍ମାବତୀ’ରେ ଦୀପିକାଙ୍କ ଘୁମୁର ନୃତ୍ୟର ଷ୍ଟାଇଲ ଅଲଗା ଥିଲା। ରାଜସ୍ଥାନର ଘୁମୁର ଡ୍ୟାନ୍‌ସକୁ ଅନର୍ଜାତୀୟସ୍ତରରେ ପରିଚିତ କରାଇଥିବା ବୀଣା ମ୍ୟୁଜିକର କେ.ସି.ମାଲୁ କହିଛନ୍ତି ଅସଲ ଘୁମରା ଡ୍ୟାନ୍‌ସ ଠାରୁ ଏହା ବିଲକୁଲ ଅଲଗା।

ଘୁମର ଡ୍ୟାନସରେ ମହିଳାଙ୍କ ଅଙ୍ଗଭଙ୍ଗୀ,ଚାହାଣୀ ଓ ଷ୍ଟାଇଲ ଠିକ ନଥିଲା। ଯାହା ଗୀତର ମୌଳିକତା ନଷ୍ଟ କରିଦେଇଥିଲା।

ଫିଲ୍ମ ପଦ୍ମାବତୀର ଘୁମୁର ଗୀତରେ ପୁରୁଷର ସ୍ୱର ଥିଲା, କିନ୍ତୁ ରାଜସ୍ଥାନୀ ଘୁମୁରରେ ମହିଳା ଗୀତ ଗାଇବା ସହ ମହିଳାମାନେ ନାଚିଥିଲେ। ନାଚରେ କେବଳ ବଡ଼ ସେଟ ସହ ଦୀପିକାଙ୍କ ଦାମୀକା ଡ୍ରେସ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦେଶକ କିନ୍ତୁ ଗୀତର ମୌଳିକତା ପ୍ରତି ଦୃଷ୍ଟି ଦେଇନଥିବା କହୁଛନ୍ତି ଦର୍ଶକ। ପଦ୍ମାବତୀ ଫିଲ୍ମର ଘୁମର ଗୀତରେ ମହିଳାମାନେ ହାତରେ ଦୀପ ଧରି ନାଚୁଛନ୍ତି କିନ୍ତୁ ଅସଲି ଘୁମରାରେ ଏଭଳି ଦୃଶ୍ୟ ନଥିଲା। ଓଢଣୀ ଧରିବାର ଷ୍ଟାଇଲ ବି ଅଲଗା ରହିଛି।

ସମ୍ବନ୍ଧିତ ଖବର