ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ୍ ବଚ୍ଚନ ସୋସିଆଲ୍ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ତାଙ୍କୁ ଯେତେବେଳେ ବି କିଛି ପୋଷ୍ଟ ଭଲ ଲାଗିଥାଏ ସେ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରିଥାଆନ୍ତି। କେବଳ ଏତିକି ନୁହେଁ ଫ୍ୟାନ୍ସମାନଙ୍କ ପ୍ରଶ୍ନର ଉତ୍ତର ବି ଅମିତାଭ ବଚ୍ଚନ ଦେଇଥାଆନ୍ତି। ନିକଟରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହାକି ଚର୍ଚ୍ଚାରେ ରହିଛି। ବିଗ୍ ବି ଅମିତାଭ୍ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ନିଜ ଅଙ୍ଗଦାନ କରିବାକୁ ଘୋଷଣା କରିଛନ୍ତି । ସୋସିଆଲ୍ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
ଅମିତାଭ ବଚ୍ଚନ ନିଜର ଏକ ଫଟୋ ସହିତ ଟୁଇଟ କରିଛନ୍ତି । ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା ରହିଛି । ଏହି ଫଟୋ ସେୟାର କରି ବିଗ ବି ଲେଖିଛନ୍ତି, “ମୁଁ ଅର୍ଗାନ୍ ଡୋନର୍ ହେବାକୁ ଶପଥ ନେଇଛି । ଏହି ସବୁଜ ଫିତା ମୁଁ ଏହାର ପବିତ୍ରତା ପାଇଁ ପିନ୍ଧିଛି ।”
T 3675 – I am a pledged ORGAN DONOR .. I wear the green ribbon of its sanctity !!🙏 pic.twitter.com/EIxUJzkGU6
— Amitabh Bachchan (@SrBachchan) September 29, 2020
ଅମିତାଭଙ୍କ ଟୁଇଟ ପରେ ଅନେକ ପ୍ରଶଂସକ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଅନେକ ଲୋକ ନିଜର ଅର୍ଗାନ ଡୋନର ସାର୍ଟିଫିକେଟ ସେୟାର କରିଛନ୍ତି । ଆଉ କିଛି ପ୍ରଶଂସକ ଅମିତାଭଙ୍କ ପଦାନୁସରଣ କରି ଅର୍ଗାନ୍ ଡୋନୋର ହେବା କଥା କହିଛନ୍ତି।