ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ପରିବାର ପୁଅ ଓ ବୋହୂ ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାଏଙ୍କ ସମ୍ପର୍କକୁ ନେଇ ହେଉଥିବା ଗୁଜବ ପ୍ରଚାର ମଧ୍ୟରେ ଏକ ପୋଷ୍ଟ ସେୟାର କରିଛନ୍ତି।

Advertisment

ଏହି ପୋଷ୍ଟରେ ଅମିତାଭ ବଚ୍ଚନ ଲେଖିଛନ୍ତି, ‘ମୁଁ ମୋ ପରିବାର ବିଷୟରେ ଖୁବ ଅଳ୍ପ ଆଲୋଚନା କରିଥାଏ। କାରଣ ମୁଁ ପରିବାରର ଗୋପନୀୟତା ବଜାୟ ରଖିଥାଏ। ଜୀବନରେ ଭିନ୍ନ ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ହେଲେ ବହୁତ ସାହସ, ଦୃଢ଼ ବିଶ୍ବାସ ଓ ସଚ୍ଚୋଟପଣର ଆବଶ୍ୟକ ହୋଇଥାଏ।

ମୁଁ ମୋର ପରିବାର ବିଷୟରେ କୌଣସି ସ୍ଥାନରେ ଖୁବ ଅଳ୍ପ ଆଲୋଚନା କରିଥାଏ। କାରଣ ପରିବାର ହେଉଛି ମୋର।  ଗୋପନୀୟତା ବଜାୟ ରଖିବା ନିହାତି ଆବଶ୍ୟକ ହୋଇଥାଏ। ଯେଉଁମାନେ ଅଟକଳ କରିଥାଆନ୍ତି ସେମାନଙ୍କୁ ଅଟକାଇ ହେବ ନାହିଁ। ଦୁନିଆକୁ ମିଛରେ ଭରି ଦିଅ ଓ ନିଜକୁ ଶେଷ କରିଦିଅ। 

କିଛିଦିନ ତଳେ ଐଶ୍ବର୍ଯ୍ୟା ରାଏ ବଚ୍ଚନ ଆରାଧ୍ୟା ବଚ୍ଚନଙ୍କୁ ଏକା ଧରି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ସାମିଲ ହୋଇଥିଲେ। ଏହାପରଠାରୁ ଐଶ୍ବର୍ଯ୍ୟା ରାଏ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ ଖବର ଜୋର ଧରିଛି।