ନୂଆଦିଲ୍ଲୀ: ଅଶୀ ଦଶକର ଚର୍ଚ୍ଚିତ ବଲିଉଡ୍ ଯୋଡ଼ି ମିଥୁନ ଚକ୍ରବର୍ତ୍ତୀ-ଅନିତା ରାଜ ଏକାଠି ଗୋଟିଏ ଷ୍ଟୁଡିଓରେ ନଜର ଆସିଛନ୍ତି। ମିଥୁନ୍ଙ୍କ ସହ ଏକ ଫଟୋକୁ ଅନିତା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଅନିତା ଉକ୍ତ ଫଟୋର ଶୀର୍ଷକରେ ଉଲ୍ଲେଖ କରିଛନ୍ତି ଯେ ‘ଶେଷରେ ୩୩ ବର୍ଷ ପରେ ପୁଣି ଦେଖା ହେଲା’।
ତେବେ ଏହି ଫଟୋକୁ ନେଇ ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କିଛି ଦର୍ଶକ ଅନିତା ଓ ମିଥୁନ୍ଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଗୁଲାମି’ର ସୁପରହିଟ୍ ଗୀତକୁ ଉଲ୍ଲେଖ କରି ପୁରୁଣା ସ୍ମୃତି ମନେ ପକାଇଥିବା ବେଳେ ଆଉ କିଛି ଶୁଭେଚ୍ଛୁ ଦୁହିଁଙ୍କ ୩୩ବର୍ଷ ତଳର ଫଟୋ ସହ ଏବେର ଫଟୋକୁ ମିଶାଇ ଟ୍ବିଟ୍ କରିଛନ୍ତି। ତେବେ ମିଥୁନ୍ଙ୍କ ସହ ଅନିତା ଛାଡ଼ିଥିବା ଫଟୋକୁ ନେଇ ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଫଟୋଟି ଏକ ସୁଟିଂ ସେଟ୍ର ହୋଇଥିବାରୁ ଦୁହେଁ କୌଣସି ଚଳଚ୍ଚିତ୍ର କିମ୍ବା ୱେବ୍ସିରିଜ୍ରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।