ମୁମ୍ବାଇ: ଆପଣ ‘ଷ୍ଟାର୍ ପ୍ଲସ୍’ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ‘ଅନୁପମା’ ଧାରାବାହିକ ଯଦି ଦେଖୁଥିବେ ତ କାବ୍ୟା ଚଚିତ୍ରକୁ କେବେ ବି ଭୁଲିପାରିବେ ନାହିଁ। ଏହି ଅଭିନେତ୍ରୀ ତାଙ୍କ ଅଭିନୟ ଜରିଆରେ ସଭିଙ୍କ ପ୍ରିୟ ହୋଇପାରିଛନ୍ତି। ତେବେ ପରଦାର ଏହି କାବ୍ୟାଙ୍କ ବାସ୍ତବ ଜୀବନ ବିଷୟରେ ଆପଣ କିଛି ଜାଣନ୍ତି କି?
କାବ୍ୟାଙ୍କ ନାଁ ହେଉଛି ମଦାଳସା ଶର୍ମା। ସେ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତିୀଙ୍କ ବୋହୂ। ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀଙ୍କର ୨୦୧୮ ମସିହାରେ ମଦାଳସାଙ୍କ ସହ ବିବାହ ହୋଇଥିଲା। ଭାଲେଣ୍ଟାଇନ୍ସ ଡେ’ରେ ଏକ ଫଟୋ ପୋଷ୍ଟ୍ କରି ଅଭିନେତ୍ରୀ ମଦାଳସା ତାଙ୍କ ସ୍ବାମୀ ମିମୋହଙ୍କୁ ‘ଉଇସ୍’ ବି କରିଛନ୍ତି।
/sambad/media/post_attachments/wp-content/uploads/2023/02/madalsa-sharama-mahaakshay-aka-mimoh-300x200.jpg)
ମଦାଳସା ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କୁ ୨ ମିଲିୟନ୍ରୁ ବି ଅଧିକ ଲୋକ ଫଲୋ କରୁଛନ୍ତି। ଏକଥା ବହୁତ କମ୍ ଲୋକ ଜାଣିଛନ୍ତି ଯେ ମଦାଳସା ମିଥୁନଙ୍କ ବୋହୂ। କାରଣ ସେ ନିଜ ବ୍ୟକ୍ତିଗତ ଜୀବନ ସଂପର୍କରେ ଖୁବ୍ କମ୍ କଥା ହୁଅନ୍ତି।
ସେ ତାଙ୍କ ପୋଷାକ ଓ ଫିଗର୍ର କାଫି ଧ୍ୟାନ ରଖନ୍ତି। ତାଙ୍କ ଆକାଉଣ୍ଟ୍ରେ ଆପଣ ତାଙ୍କର ଅନେକ ବିକିନି ପିନ୍ଧା ଫଟୋ ପାଇଯିବେ। ତାଙ୍କର ପ୍ରତ୍ୟେକ ଫଟୋକୁ ପ୍ରଶଂସକ ବେଶ୍ ପସନ୍ଦ କରନ୍ତି। ସମସ୍ତ ଫଟୋରେ ତାଙ୍କର ଲକ୍ଷ ଲକ୍ଷ ଲାଇକ୍ ମିଳିଥାଏ।
ସୋସିଆଲ୍ ମିଡିଆ ବ୍ୟବହାରକାରୀ ବି ତାଙ୍କ ପ୍ରଶଂସା କରି କେବେ ଥକି ଯାଆନ୍ତି ନାହିଁ। ପ୍ରଶଂସକମାନେ ମଦାଳସାଙ୍କ ନୂଆ ପୋଷ୍ଟ୍କୁ ଅପେକ୍ଷା କରି ରହିଥାନ୍ତି।