ଜାଣନ୍ତୁ କ’ଣ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବାପା ବୋଲି ଡ଼ାକନ୍ତି ନାହିଁ ତାଙ୍କ ପୁଅ-ଝିଅ?
ମୁମ୍ବାଇ : ସୁପରଡାନ୍ସର ଚାପ୍ଟର-୩କୁ ଅତିଥି ଭାବରେ ଆସି ପହଞ୍ଚିଥିଲେ ଅଭିନେତା ମିଥୁନ ଚକ୍ରାବର୍ତ୍ତୀ । ଗୀତ ଆଇ ଆମ ଏ ଡିସ୍କୋ ଡ୍ୟାନ୍ସରରୁ ମିଥୁନ ଚକ୍ରବର୍ତ୍ତୀ ଚର୍ଚ୍ଚିତ ହୋଇଥିବା ବେଳେ ମିଥୁନଙ୍କୁ ସ୍ୱାଗତ କରିବା ପାଇଁ ସୋ’ର ଥିମ୍ ଡିସ୍କୋ ଡ୍ୟାନ୍ସର ରଖାଯାଇଥିଲା । ତେବେ ସୋ’ରେ ପହଞ୍ଚିବା ପରେ ପ୍ରତିଯୋଗୀମାନଙ୍କର ନୃତ୍ୟ ଦେଖିବା ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇଥିଲେ ମିଥୁନ । ଘରେ ତାଙ୍କୁ ତାଙ୍କ ୩ଜଣ ପୁଅ ଏବଂ ଝିଅ ବାପା କି ଡାଡି ବୋଲି ଡ଼ାକନ୍ତି ନାହିଁ । ମୋ ପିଲାମାନେ ମୋତେ ମିଥୁନ ବୋଲି ଡ଼ାକନ୍ତି ବୋଲି କହିଥିଲେ ସେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର କାରଣ ପଚରାଯିବା ପରେ ସେ କହିଥିଲେ, ଯେତେବେଳେ ମିମୋହ ଜନ୍ମ ହୋଇଥିଲେ, ସେତେବେଳେ ସେ ୪ବର୍ଷ ପର୍ଯ୍ୟନ୍ତ କଥା କହି ପାରୁ ନଥିଲେ । ଦିନେ ଆମେ ତାକୁ ମିଥୁନ ଡ଼ାକିବାକୁ କହିଥିଲୁ । ଯାହା ପରେ ସେ ତୁରନ୍ତ ସ୍ପଷ୍ଟ ଭାବରେ ମିଥୁନ କହିଥିଲେ । ଏ କଥା ମିମୋହର ଡ଼ାକ୍ତରଙ୍କୁ ଜଣା ପଡ଼ିବା ପରେ, ମିମୋହଙ୍କୁ ବାରମ୍ବାର ମିଥୁନ କହିବାକୁ କୁହ ବୋଲି ସେ କହିଥିଲେ । ଯାହା ପରେ ଧିରେ ଧିରେ ମିମୋହ କଥା କହିବା ଆରମ୍ଭ କରିଥିଲା । ମିମୋହ ମିଥୁନ ଡ଼ାକୁଥିବାରୁ ମୋର ଦୁଇ ସାନ ପୁଅ ମଧ୍ୟ ମୋତେ ମିଥୁନ ଡ଼ାକିବା ଆରମ୍ଭ କରିଥିଲେ । ଝିଅ ଜନ୍ମ ହେବା ପରେ ସେ ମଧ୍ୟ ମୋତେ ବାପା ନ ଡ଼ାକି ମିଥୁନ ଡ଼ାକିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମିଥୁନ ଚକ୍ରବର୍ତ୍ତୀ ।