ପୂରା ସୁସ୍ଥ ଅଛନ୍ତି ମିଥୁନ ଚକ୍ରବର୍ତ୍ତୀ, ସୂଚନା ଦେଲେ ତାଙ୍କ ପୁଅ

ନୂଆଦିଲ୍ଳୀ: ନିକଟରେ ବଲିଉଡ୍‌ କଳାକାର ମିଥୁନ ଚକ୍ରବର୍ତ୍ତୀ କରେନା ପଜିଟିଭ୍‌ ଚିହ୍ନଟ ହେବା କଥା ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ଏହା ଏକ ଗୁଜବ ଖବର ବୋଲି ଫିଲ୍ମ ଫେୟାର୍‌ର ଟ୍ବିଟର୍‌ ଆକାଉଣ୍ଟ୍‌ରେ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ମିଥୁନଙ୍କ ପୁଅ ମଧ୍ୟ ତାଙ୍କ ବାପା କରୋନା ପଜିଟିଭ୍‌ ହେବା କଥାକୁ ଖଣ୍ଡନ କରିଛନ୍ତି।

 

ସେ ନିଜର ବୟାନ ଦେଇ କହିଛନ୍ତି କି, ‘ବାପା ଭଲ ଅଛନ୍ତି। ସେ ତାଙ୍କ ସୋ’ ଏବଂ ପଶ୍ଚିମବଙ୍ଗ ଲୋକଙ୍କ ପାଇଁ କାମ କରୁଛନ୍ତି। ଭଗବାନଙ୍କ କୃପା ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରେମ ଓ ଆଶୀର୍ବାଦ ହେତୁ ସେ ପୂରା ସୁସ୍ଥ ଅଛନ୍ତି। କଠିନ ପରିଶ୍ରମ କରିବାକୁ ସେ ମୋତେ ସବୁଦିନ ଉତ୍ସାହିତ କରନ୍ତି। ସେ କରୋନା ପଜିଟିଭ୍‌ ହୋଇନାହାନ୍ତି। ଆମମାନଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପିକୁ ଗୁରୁତ୍ବର ସହ ନେବାକୁ ପଡ଼ିବ। ଏହା ଏକ ଯୁଦ୍ଧ ଓ ଏହି ମହାମାରୀକୁ ଆମେ ଜିତିବା ଉଚିତ।’

ସମ୍ବନ୍ଧିତ ଖବର