ପରଦାରେ ମିଥୁନଙ୍କ ସହ ଚୁମ୍ବନ ଦେବାକୁ ମନା କରିଥିଲେ ଶ୍ରୀଦେବୀ ,ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଦିବଙ୍ଗତ ନାୟିକା ଶ୍ରୀଦେବୀ ୧୯୭୭ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସୋଲ୍‌ଭା ସାଓ୍ଵନ୍‌’ ଜରିଆରେ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ। ବଲିଉଡ଼୍‍ରେ ପ୍ରଥମେ ତାଙ୍କର ମିଥୁନ ଚକ୍ରବର୍ତ୍ତୀଙ୍କ ସହ ପ୍ରେମ ସଂପର୍କ ରହିଥିଲା ବୋଲି ଶୁଣିବାକୁ ମିଳିଥିଲା।ପ୍ର୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ୍‌ ରୋଶନ୍‌ଙ୍କ ‘ଜାଗ୍‌ ଉଠା ଇନ୍‌ସାନ୍‌’ଫିଲ୍ମରେ କାମ କରୁଥିବାବେଳେ ମିଥୁନଙ୍କ ସହ ଶ୍ରୀଦେବୀଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ଖାଲି ସେତିକି ନୁହେଁ,ଏ ଦୁହେଁ ଗୋପନରେ ବିବାହ ମଧ୍ୟ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା।ଏକ ପତ୍ରିକାରେ ଉଭୟଙ୍କ ମ୍ୟାରେଜ୍‌ ସାର୍ଟିଫିକେଟ୍‌ ମଧ୍ୟ ପ୍ରକାଶିତ ହୋଇଥିଲା।ମିଥୁନଙ୍କ ସହ ଶ୍ରୀଦେବୀ ପରେ ‘ଗୁରୁ’ ଫିଲ୍ମରେ କାମ କରିଥିଲେ। ନିର୍ଦ୍ଦେଶକ ଉମେଶ ମେହେରାଙ୍କ ଏହି ସିନେମାରେମିଥୁନ ଚକ୍ରବର୍ତ୍ତୀ ଏବଂ ଶ୍ରୀଦେବୀଙ୍କ ଉପରେ ଏକ ଏକ ଚୁମ୍ବନ ଦୃଶ୍ୟ ଥିଲା। ‘ଗୁରୁ’ ମୁକ୍ତିଲାଭ କରିବାପରେ ଏହାକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା।

ପରେ ଏଥିଲାଗି ଶ୍ରୀଦେବୀଙ୍କୁ ସଫେଇ ଦେବାକୁ ପଡ଼ିଥିଲା। ସେ କହିଥିଲେ ଯେ ଏହି ଦୃଶ୍ୟଟି ଫେକ୍‌ ଥିଲା । ନିର୍ଦ୍ଦେଶକ ଏହାକୁ ଏଡିଟିଂ ବେଳେ ପ୍ରସ୍ତୁତ କରିଥିଲେ। ପ୍ରକୃତରେ ସେ ସେଭଳି ଲିପ୍‌ ଲକ୍‌ ସିନ୍‌ ସୁଟ୍‌ କରି ନଥିଲେ। ନିର୍ଦ୍ଦେଶକ ଉମେଶ ମେହେରା ତାଙ୍କୁ ଏଭଳି ଦୃଶ୍ୟ ଦେବାପାଇଁ ଚାପ ପକାଇଥିଲେ ବି ସେ ରାଜି ହୋଇ ନଥିଲେ ବୋଲି ଶ୍ରୀଦେବୀକହିଥିଲେ। ମିଥୁନ୍‌ ଏଥିପାଇଁ ରାଜି ଥିଲେ । କୁହାଯାଏ ଯେ ଏହି ଘଟଣାପରେ ମିଥୁନଙ୍କ ସହ ଶ୍ରୀଦେବୀ ଆଉ ସିନେମାରେ କାମ କରିବେନି ବୋଲି ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର