ଭିଡ଼ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଥିବା ୫୦ଜଣ ବ୍ୟକ୍ତିତ୍ୱଙ୍କ ବିରୋଧରେ ଏତଲା ରୁୁଜୁ

ମୁମ୍ବାଇ : ଭିଡ଼ ହିଂସାକୁ ବିରୋଧ କରି ବଲିଉଡ୍‌ ଏବଂ ଅନ୍ୟ ପେସାର ବଡ଼ ବଡ଼ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ଚିଠି ଲେଖିଥିଲେ । ପ୍ରାୟ ୫୦ଜଣ ଏହି ଚିଠି ଲେଖିଥିବା ବେଳେ ଏବେ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣା ପଡ଼ିଛି । ଏଥିରେ ମଣି ରତ୍ନମ୍‌, ଅନୁରାଗ କଶ୍ୟପ, ଅପର୍ଣ୍ଣା ସେନ୍‌ ଓ ରାମଚନ୍ଦ୍ର ଗୁହାଙ୍କ ଭଳି ବ୍ୟକ୍ତିତ୍ୱ ସାମିଲ ରହିଛନ୍ତି ।

Image result for mob-lynching-row-fir-lodged-against-mani-ratnam-anurag-kashyap-48-other-celebs-open-letter-to-pm-modi
AajTak

ସୂଚନା ମୁତାବକ, ମୋଦୀଙ୍କୁ ଖୋଲା ଚିଠି ପଠାଯିବା ପରେ ଏ ନେଇ ଓକିଲ ସୁଧୀର କୁମାର ଓଝା ଅଦାଲତରେ ଏକ ପିଟିସନ୍‌ ଦାୟର କରିଥିଲେ । ପିଟିସନ୍‌ରେ ଖୋଲା ଚିଠିରେ ଦେଶର ଭାବମୂର୍ତ୍ତି ଖରାପ କରିବା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାମକୁ ନିନ୍ଦା କରାଯାଇଥିବାର ଅଭିଯୋଗ କରିଥିଲେ ଓକିଲ ସୁଧୀର କୁମାର ଓଝା । ଯାହାର ଶୁଣାଣି କରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଚିଠି ଲେଖିଥିବା ବ୍ୟକ୍ତିତ୍ୱଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଆଦେଶ ଦେଇଥିଲେ । ଅଗଷ୍ଟ ୨୦ରେ ଅଦାଲତ ଏହି ଆଦେଶ ଦେଇଥିବା ବେଳେ ଏବେ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର