ର୍ୟାମ୍ପ୍ରେ କ୍ୟାଟ୍ଓ୍ଵାକ୍ କରିବା ସମୟରେ ନିଜ ଶିଶୁ କନ୍ୟାକୁ ସ୍ତନ୍ୟପାନ କରାଇ ବିବାଦରେ ମଡ଼େଲ, ଦେଖନ୍ତୁ ଭିଡ଼ିଓ…
ନୂଆଦିଲ୍ଲୀ: ଏଇ କିଛି ଦିନ ହେବ ଜଣେ ମଡ଼େଲଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ହଙ୍ଗାମା ମଚାଇଛି । ଏହାର କାରଣ ହେଉଛି ଜଣେ ମଡ଼େଲ ର୍ୟାମ୍ପ୍ ଉପରେ ନିଜର ୫ମାସର ଶିଶୁ କନ୍ୟାକୁ ସ୍ତନ୍ୟପାନ କରାଇବା ଅବସ୍ଥାରେ କ୍ୟାଟ୍ଓ୍ଵାକ୍ କରିଥିଲେ । ଯାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଳଟିଛି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ଏବେ ବିତର୍କ ଆରମ୍ଭ ହୋଇଛି ।
Model walks the Sports Illustrated swimsuit runway while breastfeeding five-month-old daughter. pic.twitter.com/r9F2vExsnc
— Pregnancy Videos (@Pregnancy_Video) July 17, 2018
ସୂଚନା ମୁତାବକ, ମିୟାମିରେ ସ୍ପୋର୍ଟସ୍ ଇଲଷ୍ଟ୍ରେଟେଡ଼୍ ମାଗାଜିନ୍ ତରଫରୁ ଏକ ଫ୍ୟାସନ ସୋ’ ରଖା ଯାଇଥିଲା । ଯେଉଁଥିରେ ଆମେରିକୀୟ ମଡ଼େଲ ମାରା ମାର୍ଟିନ ନିଜ ୫ମାସର ଶିଶୁ କନ୍ୟାକୁ କ୍ୟାଟ୍ଓ୍ଵାକ୍ କରିବା ସମୟରେ ସ୍ତନ୍ୟପାନ କରାଇଥିଲେ । କ୍ୟାଟ୍ଓ୍ଵାକ୍ କରିବା ସମୟରେ ମାରା ବିକିନି ପିନ୍ଧିଥିବା ବେଳେ ସେ ୧୬ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ବୋଲି ଜଣା ପଡ଼ିଛି । ଏହି ସୋ’ ସରିବା ପରେ ମାଗାଜିନ ନିଜର ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ମାରାଙ୍କର ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିଥିଲା । ଯାହା ପରେ ବିତର୍କର ବିଷୟ ପାଲଟି ଯାଇଥିଲା ।