ନୂଆଦିଲ୍ଲୀ: ସୁନ୍ଦର ଦିଶିବାକୁ କିଏ ବା ଚାହେଁନା? ନିଜକୁ ସୁନ୍ଦର କରିବାର ଇଚ୍ଛା ଅଳ୍ପବହୁତ ସମସ୍ତଙ୍କ ଭିତରେ ଥାଏ। ମାତ୍ର ‌ଏହି ସୁନ୍ଦରତା ଯଦି ସମସ୍ୟା ପାଲଟେ ‌ତେବେ ଆପଣ କ’ଣ କରିବେ? ନିଜ ସୌନ୍ଦର୍ଯ୍ୟ ପାଇଁ ଅସୁବିଧାର ସାମ୍ନା କରିଛନ୍ତି ଜଣେ ମଡେଲ୍‌। ତାଙ୍କ କହିବା କଥା ହେଲା ନିଜର ସୌନ୍ଦର୍ଯ୍ୟ ଓ ହଟ୍‌ନେସ୍‌ ପାଇଁ ତାଙ୍କୁ ଚାକିରି ମିଳିବାରେ ଅସୁବିଧା ହେଉଛି। କାରଣ ଲୋକ ତାଙ୍କର ଭେଦଭାବ କରିବାରେ ଲାଗନ୍ତି। ତାଙ୍କୁ ଭିନ୍ନ ଏକ ନଜରରେ ଦେଖନ୍ତି। ଏହି ମଡେଲ୍‌ଙ୍କ ନାମ ଜୁଜୁ ବ୍ରାଜିଲ୍‌।

Advertisment

ଲଣ୍ଡନରେ ରହୁଥିବା ଜୁଜୁ କହନ୍ତି ସେ ସୁନ୍ଦର ହୋଇଥିବାରୁ ତାଙ୍କୁ ତାଙ୍କ ମନ ପସନ୍ଦର କାମ ମିଳୁନାହିଁ। ସେ କହିଛନ୍ତି କି ତାଙ୍କୁ ଟିଭି ଧାରାବାହିକ‌ରେ କାମ କରିବାକୁ ଇଚ୍ଛା ଥିଲା। ମାତ୍ର ତାଙ୍କୁ କୁହାଗଲା କି ଲୋକେ ତାଙ୍କୁ ଟିଭି ପରଦାରେ ଦେଖିବାକୁ ଚାହାନ୍ତି ନାହିଁ। ସେ ଆହୁରି ବି କହିଛନ୍ତି କି ତାଙ୍କୁ କେତେ ଥର ଭିନ୍ନ ରକମର ପୋଷାକ ପିନ୍ଧିଥିବାରୁ ଧମକା ଯାଇଛି ମଧ୍ୟ। ସେ ହଟ୍‌ ହୋଇଥିବାରୁ ତାଙ୍କୁ ଅନେକ ପକ୍ଷପାତିତା ସହିବାକୁ ପଡ଼ିଛି ବୋଲି ସେ କହନ୍ତି।

View this post on Instagram

A post shared by Julia (@juju.brazil)

ସେ ସୁନ୍ଦର ହୋଇଥିବାରୁ ଜଣେ ମଡେଲ୍‌ ବନି ପାରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବହୁ ଫଲୋର୍ସ ପାଇ ପାରିଛନ୍ତି। ମାତ୍ର ସାଧାରଣ ଚାକିରି ଖଣ୍ଡେ ମିଳିବା ତାଙ୍କ ପାଇଁ କାଠିକରପାଠ୍‌ ହୋଇଛି।

ଏପରି ଅଭିଯୋଗ ପ୍ରଥମ ଥର ପାଇଁ ଆସିନାହିଁ। ତାଙ୍କ ପୂର୍ବରୁ ଭେରୋନିକା ରାଜେକ ନାମ୍ନୀ ଜଣେ ମଡେଲ୍‌ ବି ସମାନ ଅଭିଯୋଗ ଆଣିଥିଲେ। ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଲୋକେ ତାଙ୍କୁ ଏତେ ଟ୍ରୋଲ୍‌ କଲେ ଯେ ସେ ଶେଷରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌କୁ ଡିଲିଟ୍‌ କରିବାକୁ ବାଧ୍ୟ ହୋଇପଡ଼ିଲେ।

ଆମି କୁପ୍‌ସ ନାମ୍ନୀ ଜଣେ ମଡେଲ୍‌ ମଧ୍ୟ ସମାନ ସମସ୍ୟା ଜାହିର କରିଥିଲେ। ସେ କହିଥିଲେ ଯେ ସେ ଏତେ ସୁନ୍ଦର ହୋଇଥିବାରୁ ତାଙ୍କର ସାକ୍ଷାତ୍‌କାର ନେଉଥିବା ବ୍ୟକ୍ତି ପଥଚ୍ୟୁତ୍‌ ହୋଇ ଯାଉଥିଲେ। ଫଳରେ ତାଙ୍କୁ ଚାକିରିଟିଏ ମିଳିବା କଷ୍ଟକର ହୋଇପଡୁଥିଲା।