୫୮ବର୍ଷ ବୟସରେ ହାଏହିଲ୍ସ ପିନ୍ଧି ରାମ୍ପରେ ଚାଲିବା ମଡେଲଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଫ୍ୟାସନ ଉଇକ କିମ୍ବା ଅନ୍ୟ କୌଣସି ବଡ ଫ୍ୟାସନ ଇଭେଣ୍ଟରେ ଆପଣମାନେ ମଡେଲମାନଙ୍କୁ ରାମ୍ପୱାକ କରୁଥିବା ନିଶ୍ଚୟ ଦେଖିଥିବେ। ଏହି ସମୟରେ ସମସ୍ତଙ୍କ ନଜର ରାମ୍ପରେ ଚାଲିଚାଲି ଆସୁଥିବା ମଡେଲଙ୍କ ଉପରେ ରହିଥାଏ।

ରାମ୍ପରେ ଚାଲିବା ସମୟରେ ମଡେଲ୍ ଉଚ୍ଚ ହିଲ୍ ପିନ୍ଧିଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ବେଳେବେଳେ ଏହି ହିଲ୍ ହେତୁ ମଡେଲମାନଙ୍କ ଗୋଡ଼ମୋଡ଼ି ହୋଇ ଯାଇଥାଏ,ଫଳରେ ସେମାନେ ତଳେ ପଡ଼ି ଯାଇଥାଆନ୍ତି।

ନିକଟରେ ପେରିସରେ ଭାଲେଣ୍ଟିନୋର ସ୍ପ୍ରିଙ୍ଗ ୨୦୨୩ ସୋ’ ସମୟରେ ଏକ ସୁପରମଡେଲଙ୍କ ସହିତ ସମାନ ଘଟଣା ଘଟିଥିଲା। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ମଡେଲଙ୍କ କ୍ୟାଟୱାକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

 

ରାମ୍ପରେ ଚାଲିବା ସମୟରେ ୫୮ବର୍ଷର ମଡେଲ୍ କ୍ରିଷ୍ଟନ ମ୍ୟାକମେନାମି ଭାଲେଣ୍ଟିନୋଙ୍କ ଷ୍ଟିଲେଟୋସ (ହାଏ ହିଲ୍ ଜୋତା)ରେ ଚାଲିପାରିଲେ ନାହିଁ , ଗୋଡ଼ମୋଡ଼ି ତ‌ଳେ ପଡ଼ି ଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

କ୍ରିଷ୍ଟନ୍ ମ୍ୟାକମେନାମି ଜଣେ ଆମେରିକୀୟ ସୁପରମୋଡେଲ । ନିକଟରେ ସେ ପ୍ୟାରିସରେ ଆୟୋଜିତ ଭାଲେଣ୍ଟିନୋ ସ୍ପ୍ରିଙ୍ଗ ଫ୍ୟାସନ ସୋ’ କ୍ୟାଟୱାକରେ ଭାଗ ନେଇଥିଲେ। ଏଥିରେ ସେ ହାଏହିଲ ପିନ୍ଧି ଚାଲୁଥିବା ବେଳେ ତାଙ୍କ ଗୋଡ଼ ମୋଡ଼ି ହୋଇଯାଇଥିଲା। ତଳେ ପଡ଼ିଯିବାରୁ ସେ ରାଗରେ ତାଙ୍କ ପାଦରୁ ହିଲ ବାହାର କରି ହାତରେ ଧରି ମଞ୍ଚ ଉପରୁ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର