୬ବର୍ଷ ପୁରୁଣା ଟୁଇଟ୍‌କୁ ନେଇ ଟ୍ରୋଲ ହେବା ପରେ ବିରାଟଙ୍କ ସହ ସଂପର୍କ ବିଷୟରେ ଖୁଲାସା କଲେ ସୋଫିଆ, ଟୁଇଟ୍‌ରରେ ଜାରି କଲେ ଭିଡିଓ

ମୁମ୍ବାଇ : କିଛି ଦିନ ତଳେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଅଭିନେତ୍ରୀ ତଥା ମଡେଲ ସୋଫିଆ ହୟାତ୍‌ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରୋହିତ୍‌ ମୋତେ ପ୍ରଥମ ଦେଖାରେ ଚୁମ୍ବନ ଦେଇଥିଲେ ବୋଲି ସୋଫିଆ କହିବା ସହ ସମସ୍ତଙ୍କ ଆଗରେ ସେ ଆମ ପ୍ରେମ ସଂପର୍କକୁ ସ୍ୱୀକାର ନ କରିବାରୁ ମୁଁ ତାଙ୍କଠାରୁ ଅଲଗା ହୋଇଥିବା କହିଥିଲେ ସୋଫିଆ । ତାଙ୍କର ଏଭଳି ବୟାନ ରୋହିତ୍‌ଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଥିଲା । ଏବେ ରୋହିତ୍‌ଙ୍କ ପରେ ବିରାଟଙ୍କ ସହ ତାଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ଟୁଇଟର ବ୍ୟବହାରକାରୀ ସୋଫିଆଙ୍କ ୬ବର୍ଷ ପୁରୁଣା ଟୁଇଟ୍‌କୁ ଦେଖାଇ ତାଙ୍କୁ ପ୍ରଶ୍ନ କରିଥିଲେ । ପୁରୁଣା ଟୁଇଟ୍‌ରେ ବିରାଟଙ୍କ ସହ ସୋଫିଆଙ୍କ ନାଁ ଯୋଡ଼ା ଯାଇଥିଲା । ଏବେ ବିରାଟଙ୍କ ସହ ତାଙ୍କୁ ଯୋଡ଼ା ଯାଉଥିବା ଦେଖି ଭିଡିଓ ଜାରି କରି ସଫେଇ ଦେଇଛନ୍ତି ସୋଫିଆ । ବିରାଟଙ୍କ ସହ ମୋର କିଛି ବି ସଂପର୍କ ନଥିଲା । ପୁରୁଣା ଟୁଇଟ୍‌ ଯାହା ଏବେ ସାମ୍ନାକୁ ଆସୁଛି,ସେ ସବୁ ମିଛ । ମୋର ରୋହିତ୍‌ଙ୍କ ସହ ସଂପର୍କ ଥିଲା ବୋଲି ଭିଡିଓରେ କହିଛନ୍ତି ସୋଫିଆ ।

ସମ୍ବନ୍ଧିତ ଖବର