ଉଭୟ ଓଲିଉଡ୍ ଓ ବଲିଉଡ୍ରେ ସକ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ କାବ୍ୟା କିରଣ ବେଶ ଆଗରେ। ଓଡ଼ିଆ ଫିଲ୍ମ ‘କାଉଁରୀ କନ୍ୟା’ରୁ ଅଭିନୟ ଜୀବନ ଆରମ୍ଭ କରିଥିବା କାବ୍ୟାଙ୍କ ଶେଷ ଫିଲ୍ମ ଥିଲା ‘ରହସ୍ୟ।’ ଏହା ବ୍ୟତୀତ ଆଉ ଦୁଇଟି ଓଡ଼ିଆ ଫିଲ୍ମ ‘ଖୁସି’ ଓ ‘ପ୍ରେମ ହୁଏ ଚୋରି ଚୋରି’; ମୁକ୍ତିଲାଭ ଅପେକ୍ଷାରେ। ଏବେ ଆଉ ଗୋଟିଏ ନୂଆ ଓଡ଼ିଆ ଫିଲ୍ମ ‘ରଘୁ ସର୍ଦାର’ରେ ତାଙ୍କୁ ଅନ୍ୟତମ ନାୟିକା ଭୂମିକା ମିଳିଛି। ଫିଲ୍ମର ସୁଟି˚ ଆରମ୍ଭ ହେବା ଉପରେ। ଜାତୀୟ ଖ୍ୟାତିସମ୍ପନ୍ନ ‘ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍’ର ମୁଖ୍ୟ ନୃତ୍ୟଶିଳ୍ପୀ କ୍ରିଷ୍ଣାଙ୍କ ଦ୍ବାରା ନିର୍ମିତ ହେବାକୁ ଯାଉଥିବା ଆଉ ଗୋଟିଏ ଓଡ଼ିଆ ଫିଲ୍ମ ପାଇଁ କାବ୍ୟାଙ୍କୁ ମଧ୍ୟ ଅଭିିନୟ ସୁଯୋଗ ମିଳିଥିବା ପ୍ରକାଶ।
କାବ୍ୟା ଜଣେ ଅଣଓଡ଼ିଆ ମଡେଲ୍-ଅଭିନେତ୍ରୀ। ସ୍କୁଲ୍ ପଢ଼ା ସମୟରୁ ଏକାଧିକ ଷ୍ଟେଜ୍ ଶୋ’ରେ ଭାଗ ନେଇଥିଲେ। କ୍ରମେ ନୃତ୍ୟ-ଅଭିନୟ ଦୁନିଆ ପ୍ରତି ତାଙ୍କର ମୋହ ବଢ଼ିଥିଲା। ମୁମ୍ବଈ ଚାଲିଯାଇ ଭାଗ୍ୟ ପରୀକ୍ଷା କରି ସଫଳ ହୋଇଥିଲେ। ‘ର˚ଗ-ଈ-ଇସ୍କ୍’ ଓ ‘ରାମ ରତନ’ କାବ୍ୟାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ। ଟି ସିରିଜ୍ ଓ ଟାଇମ୍ସ ଗ୍ରୁପ୍ର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଥିବା ମ୍ୟୁଜିକାଲ୍ ଭିଡିଓରେ ମଧ୍ୟ କାବ୍ୟା ଅଭିନୟ ପାଇଁ ସୁଯୋଗ ପାଇଛନ୍ତି।