କିିମ୍‌ କଦର୍ସିୟାଁଙ୍କ ପରି ଦିଶିବାକୁ ୪ କୋଟି ଖର୍ଚ୍ଚ କରିବା ପରେ ନିଜ ଚେହେରା ଫେରି ପାଇବାକୁ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ମଡେଲ୍‌

ମୁମ୍ବାଇ: ଜଣେ ଅଭିନେତ୍ରୀ ଆମେରିକୀୟ ରିୟଲିଟି ଟିଭି ଷ୍ଟାର୍‌ କିିମ୍‌ କଦର୍ସିୟାଁଙ୍କ ପରି ଦିଶିବାକୁ ପ୍ରାୟ ୪ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେଥିରେ ଅସନ୍ତୁଷ୍ଟ ହେବାରୁ ପୁଣି ଥରେ ନିଜର ପୂର୍ବ ଚେହେରା ‌ଫେରି ପାଇବାକୁ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମଡେଲ୍‌ଙ୍କ ନାଁ ହେଉଛି ଜେନିଫର୍‌ ପାମ୍ପ୍‌ଲନା। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୨୯ ବର୍ଷୀୟା ଏହି ବ୍ରାଜିଲ୍‌ର ମଡେଲ୍‌ କିିମ୍‌ କଦର୍ସିୟାଁଙ୍କ ପରି ଦିଶିବାକୁ ଗତ ୧୨ ବର୍ଷ ମଧ୍ୟରେ ୪୦ଟି କସ୍‌ମେଟିକ୍‌ ସର୍ଜରି କରି ସାରିିଛନ୍ତି।

ସେ ପୁଣି ଥରେ କାହିଁକି ନିଜ ଚେହେରା ଫେରି ପାଇବାକୁ ଚାହାନ୍ତି ‌ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମଡେଲ୍‌ ଜଣକ କହିଛନ୍ତି, ‘ମୁଁ ପ୍ରଥମେ କିିମ୍‌ କଦର୍ସିୟାଁଙ୍କ ପରି ଦିଶିବାକୁ ଦିଶିବାକୁ ଚାହୁଁଥିଲି। ମାତ୍ର ଲୋକେ ଯେତେବେଳେ ମୋତେ ଦେଖି କଦର୍ସିୟାଁ ବୋଲି କହିଲେ ତାହା ମୋତେ ଶୁଣିବାକୁ ଆଦୌ ଭଲ ଲାଗିଲାନି। କାରଣ ମୁଁ ମୋର ପରିଚୟ ସୃଷ୍ଟି କରିବାକୁ ଅନେକ ବର୍ଷ ଧରି ପାଠ ପଢ଼ି, ସଂଘର୍ଷ କରି ନିିଜକୁ ଛିଡ଼ା କରାଇ ପାରିଛି। ମାତ୍ର ଲୋକେ ସେସବୁକୁ ଅଣଦେଖା କରି କେବଳ ମୁଁ କଦର୍ସିୟାଁଙ୍କ ପରି ଦିଶୁଛି ବୋଲି କହିବାକୁ ଲାଗିଲେ। ମୋର ପରିଚୟ କେବଳ କଦର୍ସିୟାଁଙ୍କ ‘ହମ୍‌ସକ୍‌ଲ’ ହୋଇ ରହିଗଲା। ଶେଷରେ ମୁଁ ମୋ ନିଜ ପରିଚୟ ଫେରି ପାଇବାକୁ ଚାହିଁଲି। ୪୦ଟି ସର୍ଜରି କରି ଯେପରି ଦିଶିଥିଲି ପୁଣିଥରେ ଏକ ସର୍ଜରି କରି ନିଜ ପରି ଦିଶିବାକୁ ଚାହିଁଲି।’

ସମ୍ବନ୍ଧିତ ଖବର