ରିୟଲିଟି ସୋ’ରେ ଦିଶିବେ ଯୁବକରୁ ଯୁବତୀ ପାଲଟିଥିବା ମଡେଲ!

ନୂଆଦିଲ୍ଲୀ: ଦିଲ୍ଲୀରେ ଜନ୍ମିତ ଗୈାରବ ଅରୋରା ଏମଟିଭି ସ୍ପିଲଟ୍‌ସଭିଲାର ଅଷ୍ଟମ ସିଜିନରେ ନଜର ଆସିଥିଲେ। ଗତବର୍ଷ ସେ ସେକ୍ସ ଚେଂଜ ସର୍ଜରି କରିଥିଲେ। ଏବଂ ଏବେ ସେ ଟିଭିରେ ନିଜର ଏକ ନୂଆ ପରିଚୟ ଗୈାରୀ ଅରୋରା ନାମରେ ଆସିବାକୁ ପ୍ରସ୍ତୁତ। କିନ୍ତୁ ଏହାକୁ ନେଇ ମଧ୍ୟ ସେ ଖୁବ୍‌ ନର୍ଭସ ଅନୁଭବ କରୁଛନ୍ତି।

ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି ଏହି ରିୟଲିଟି ସୋ’ ସମୟରେ ତାଙ୍କୁ ବିକିନିରେ ଅଡିସନ ଦେବାକୁ ଥିଲା। ଏହାକୁ ନେଇ ସେ ବହୁତ ନର୍ଭସ ଥିଲେ। ତାଙ୍କୁ ଏହି କଥାର ବଡ଼ ଚିନ୍ତା ଥିଲା କି ବିକିନିରେ ପରିବାର ଲୋକ ଦେଖିଲେ କଣ ସବୁ ପ୍ରତିକ୍ରିୟା ଦେବେ। ଏହାସହ ଦ୍ୱିତୀୟ ଚିନ୍ତା ଥିଲା କି ଲୋକେ କାଳେ ଭାବିବେ ଶରୀର ଦେଖାଇବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଛି। ବର୍ତ୍ତମାନ ସେ ସୋ’ ସହ ଜଡ଼ିତ ସବୁ ଜଜ୍‌ଙ୍କ ସକରାତ୍ମକ ପ୍ରତିକ୍ରିୟାକୁ ନେଇ ଖୁସି ଏବଂ ସେ ଅପେକ୍ଷା କରିଛନ୍ତି ଏହାକୁ ନେଇ ତାଙ୍କ ପରିବାର କଣ ସବୁ ମନ୍ତବ୍ୟ ଦେଉଛନ୍ତି।

ଗୌରବ ଯେତେବେଳେ ଏମଟିଭି ସ୍ପିଲଟ୍‌ସଭିଲାରେ ନଜର ଆସିଥିଲେ , ସେତେବେଳେ ଯୁବତୀମାନେ ତାଙ୍କୁ ଦେଖି ଦୀର୍ଘ ନିଶ୍ୱାସ ମାରିଥିଲେ। ମଡେଲିଂ ଦୁନିଆରେ ସେ ଭଲ କାମ କରୁଥିଲେ। କେହି କେବେ ଭାବିନଥିଲେ ସେ ଦିନେ ଲିଙ୍ଗ ପରିବର୍ତ୍ତନ କରିବେ ବୋଲି।

କିନ୍ତୁ ଏହି ବିଷୟରେ ଗୌରବଙ୍କର କହିବା କଥା ହେଲା , ତାଙ୍କୁ ନିଜର ପୂରା ଜୀବନ ଜଣେ ମହିଳା ଭଳି ଅନୁଭବ ହେଉଛି। ତାଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିବା ନିଷ୍ପତ୍ତି ବଡ଼ କଠିନ ଥିଲା। ଅନେକ ବର୍ଷ ଯାଏ ହୋଇଥିବା ଅସ୍ତ୍ରୋପଚାର ପରେ ତାଙ୍କର ଲିଙ୍ଗ ପରିବର୍ତ୍ତନ ହୋଇଛି। ଏବେ ସେ ଗୌରବ ଅରୋରାରୁ ଗୌରୀ ଅରୋରା ହୋଇଛନ୍ତି। ଏହି ନୂଆ ପରିଚୟ ସହ ଖୁବ୍‌ ଶୀଘ୍ର ସେ ଟିଭିରେ ନଜର ଆସିବାକୁ ଯାଉଛନ୍ତି। ସେ ଇଣ୍ଡିଆଜ୍‌ ନେକ୍ସଟ୍‌ ଟପ୍‌ ମଡେଲ୍‌ ସିଜିନ୍‌ -୩ରେ ପ୍ରତିଯୋଗୀ ଭାବେ ସାମିଲ୍‌ ହୋଇଛନ୍ତି। ଏହି ସୋ’ରେ ଡବୁ ରତନାନୀ , ମଲାଇକା ଅରୋରା ଖାନ୍‌ ଓ ମିଳିନ୍ଦ ସୋମନ ଜଜ୍‌ ଭାବେ ଅଂଶ ଗ୍ରହଣ କରିବେ।

ଗୌରବଙ୍କର କହିବା କଥା ହେଲା , ଜଣେ ଯୁବତୀ ଭାବେ ନିଜକୁ ଅନୁଭବ କରିବାର ସତ୍ୟକୁ ସାମ୍ନା କରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା। ଏବଂ ଲିଙ୍ଗ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେବା ପାଇଁ ତାଙ୍କୁ ବହୁତ ସାହାସ ଜୁଟାଇବାକୁ ପଡ଼ିଛି।

ସମ୍ବନ୍ଧିତ ଖବର