ବିରୁଷ୍କାଙ୍କୁ ଦେଇଥିବା ସମାନ ଉପହାର ମୋଦି ନିକ୍‌ୟାଙ୍କାଙ୍କୁ ଦେବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ମୁମ୍ବାଇ : ମଙ୍ଗଳବାର ନିକ୍‌ୟାଙ୍କାଙ୍କ ବିବାହ ଭୋଜିରେ ପହଞ୍ଚି ଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିା ନିକ୍‌ୟାଙ୍କାଙ୍କ ବିବାହ ଭୋଜିରେ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ଅତିଥି ହୋଇଥିବା ବେଳେ ତାଙ୍କର ଉପସ୍ଥିତି ସମସ୍ତଙ୍କୁ ଖୁସି କରାଇଥିଲା । ତେବେ ବିବାହ ଭୋଜିରେ ଯୋଗ ଦେଇ ମୋଦି ଯେଉଁ ଉପହାର ଦେଇଥିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Times of India 

ସୂଚନା ମୁତାବକ, ନରେନ୍ଦ୍ର ମୋଦି ସେଠାରେ ପହଞ୍ଚି ନିକ୍‌ ଏବଂ ପ୍ରିୟଙ୍କାଙ୍କୁ ଗୋଟେ ଗୋଟେ ଗୋଲାପ ଫୁଲ ଦେଇଥିଲେ । ଏହା ସହ ବିବାହର ଶୁଭକାମନା ମଧ୍ୟ ଜଣାଇଥିଲେ । ନିକ୍‌ୟାଙ୍କାଙ୍କ ବିବାହ ଭୋଜି ଦିଲ୍ଲୀର ତାଜ୍‌ ହୋଟେଲରେ ହୋଇଥିବା ବେଳେ ବିରୁଷ୍କା ମଧ୍ୟ ଦିଲ୍ଲୀର ତାଜ୍‌ ହୋଟେଲରେ ବିବାହ ଭୋଜି ଦେଇଥିଲେ । ଯେଉଁଠାକୁ ନରେନ୍ଦ୍ର ମୋଦି ଅତିଥି ହିସାବରେ ଯାଇ ଦୁହିଁଙ୍କୁ ଗୋଲାପ ଫୁଲ ଦେଇଥିଲେ । ଦୁଇ ଯୋଡ଼ିକୁ ସମାନ ଉପହାର ଦେଇଥିଲେ ମଧ୍ୟ ପ୍ରିୟଙ୍କା ଉପହାରକୁ ନ ଦେଖି ମୋଦିଙ୍କ ଉପସ୍ଥିତିକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଏହା ସହ ସୋସିଆଲ ମିଡ଼ିଆରେ ମୋଦିଙ୍କ ସହ ନିଜର ଫଟୋ ସେୟାର କରି ଧନ୍ୟବାଦ୍‌ ଜଣାଇଥିଲେ ।

ସମ୍ବନ୍ଧିତ ଖବର