ନୂଆଦିଲ୍ଲୀ: ବଲିଉଡ୍ର ଡ୍ରିମ୍ଗାର୍ଲ ତଥା ବିଜେପିର ସାଂସଦ ହେମା ମାଲିନୀଙ୍କ ଜୀବନୀ ଗ୍ରନ୍ଥ ‘ବିୟଣ୍ଡ ଦ ଡ୍ରିମ୍ଗାର୍ଲ’ ଅକ୍ଟୋବର ୧୬ ତାରିଖରେ ଲୋକାର୍ପିତ ହେବ। ଆଉ ଏହି ଜୀବନୀର ମୁଖବନ୍ଧ ‘କ୍ଷୁଦ୍ର, ମଧୁର ଓ ସୁଖପାଠ୍ୟ’ ହୋଇଛି ବୋଲି ଜାଣିବାକୁ ମିଳିଛି। ଏହି ସୂଚନା ପାଇବା ପରେ ଆପଣଙ୍କ ମନରେ ହୁଏତ ଆଗ୍ରହ ସୃଷ୍ଟି ହେବଣି କିଏ ଏହି ପୁସ୍ତକର ମୁଖବନ୍ଧ ଲେଖିଛନ୍ତି ? ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ‘ବିୟଣ୍ଡ ଦ ଡ୍ରିମ୍ଗାର୍ଲ’ର ମୁଖବନ୍ଧ ରଚନା କରିଛନ୍ତି ପ୍ରଧାକମନ୍ତ୍ରୀ ନରେନ୍ଦ୍ର ମୋଦି।
ଜଣାଶୁଣା ଫିଲ୍ମ ପତ୍ରିକା ‘ଷ୍ଟାର୍ଡଷ୍ଟ’ର ପୂର୍ବତନ ସଂପାଦକ ତଥା ଚଳଚ୍ଚିତ୍ର ପ୍ରଯୋଜକ ରାମ୍ କମଲ୍ ମୁଖାର୍ଜୀ ଏହି ପୁସ୍ତକଟିକୁ ରଚନା କରିଛନ୍ତି। ଆସନ୍ତା ୧୬ ତାରିଖ ଦିନ ହେମା ମାଳିନୀ ୬୯ ବର୍ଷ ବୟସରେ ପଦାର୍ପଣ କରିବେ ଓ ଜୀବନୀ ଗ୍ରନ୍ଥଟି ସେଇ ଦିନ ହିଁ ଉନ୍ମୋଚିତ ହେବ। ଅଭିନୟ କ୍ଷେତ୍ରରେ ହେମାଙ୍କର ୫୦ ବର୍ଷ ପୂର୍ତ୍ତି ମଧ୍ୟ ଏହି ଅବସରରେ ପାଳିତ ହେବ। ଭାରତୀୟ ସିନେମାରେ ଦୀର୍ଘ ୫୦ ବର୍ଷ ଜଣେ ସଫଳ ଅଭିନେତ୍ରୀ ଭାବେ ଅତିକ୍ରାନ୍ତ କରିଛନ୍ତି ହେମା।
ଆମ ପ୍ରଧାନମନ୍ତ୍ରୀ ହେମାମାଳିନୀଙ୍କ ପ୍ରତି ତାଙ୍କର ଥିବା ଶ୍ରଦ୍ଧାକୁ ଜୀବନୀର ମୁଖବନ୍ଧରେ ପ୍ରକାଶ କରିଛନ୍ତି। ଏହି ମୁଖବନ୍ଧଟି କ୍ଷୁଦ୍ର ହେବା ସହ ଖୁବ୍ ହୃଦ୍ୟ ହୋଇଛି। ଏଥିରେ ବା ଅଛି ପାଣ୍ଡିତ୍ୟପୂର୍ଣ୍ଣ ବର୍ଣ୍ଣନା ବା ତାତ୍ତ୍ୱିକ ବିଶ୍ଳେଷଣ।’ ଏକଥା କହିଛନ୍ତି ପୁସ୍ତକର ଲେଖକ ରାମ୍ କୁମାର ମୁଖାର୍ଜୀ।
‘ଆମ ପ୍ରଧାନମନ୍ତ୍ରୀ ହେମାମାଳିନୀଙ୍କ ପ୍ରତି ତାଙ୍କର ଥିବା ଶ୍ରଦ୍ଧାକୁ ଜୀବନୀର ମୁଖବନ୍ଧରେ ପ୍ରକାଶ କରିଛନ୍ତି। ଏହି ମୁଖବନ୍ଧଟି କ୍ଷୁଦ୍ର ହେବା ସହ ଖୁବ୍ ହୃଦ୍ୟ ହୋଇଛି। ଏଥିରେ ବା ଅଛି ପାଣ୍ଡିତ୍ୟପୂର୍ଣ୍ଣ ବର୍ଣ୍ଣନା ବା ତାତ୍ତ୍ୱିକ ବିଶ୍ଳେଷଣ।’ ଏକଥା କହିଛନ୍ତି ପୁସ୍ତକର ଲେଖକ ରାମ୍ କୁମାର ମୁଖାର୍ଜୀ। ସେ ଆହୁରି କରିଛନ୍ତି ଯେ, ‘ଏହା ମୋ ପାଇଁ ଏବଂ ହେମାଜୀଙ୍କ ଲାଗି ଅତ୍ୟନ୍ତଗୌରବର ବିଷୟ। କାରଣ ଏଯାବତ୍ କୌଣସି ବଲିଉଡ୍ ଅଭିନେତାଙ୍କ ଜୀବନୀ ପୁସ୍ତକର ମୁଖବନ୍ଧ କୌଣସି ପ୍ରଧାନମନ୍ତ୍ରୀ ଲେଖିନାହାନ୍ତି ।’
୧୯୬୮ ମସିହାରେ ହେମା ମାଲିନୀ ରାଜ୍ କପୁର ଅଭିନୀତ ‘ସପ୍ନୋ କି ସୌଦାଗର୍’ର ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନକୁ ଆରମ୍ଭ କରିଥିଲେ। ହାପରେ ‘ସୀତା ଔର୍ ଗୀତା’, ‘ଶୋଲେ’,‘ଡ୍ରିମ୍ ଗାର୍ଲ’ ଏବଂ ‘ସତ୍ତେପେ ସତ୍ତା’ ଭଳି ଫିଲ୍ମ ତାଙ୍କୁ ଜଣେ ସଫଳ ଅଭିନେତ୍ରୀରେ ରୂପାନ୍ତରିତ କରିଦେଲା। ଜଣେ ଉଚ୍ଚମାନର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହେମା ମାଲିନୀ ତାଙ୍କର ସୌନ୍ଦର୍ଯ୍ୟ ଲାଗି ବଲିଉଡ୍ର ‘ଡ୍ରିମ୍ଗାର୍ଲ’ ଭାବେ ସ୍ୱନାମ ଅର୍ଜନ କରିଥିଲେ।
୧୯୯୯ ମସିହାରେ ହେମା-ମାଳିନୀ ରାଜନୀତି ସହିତ ସଂଶିଷ୍ଟ ହୋଇଥିଲେ। ସେ ପଞ୍ଜାବର ଗୁରୁଦାସ୍ପୁର୍ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ। ଏହାପରେ ସେ ରାଜନୀତିକୁ ଆସିଥିଲେ। ବର୍ତ୍ତମାନ ସେ ବିଜେପିର ଟିକେଟ୍ରେ ମଥୁରା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
‘ ବିୟଣ୍ଡ୍ ଦ ଡ୍ରିମ୍ଗାର୍ଲ’ ପୁସ୍ତକ ୨୩ଟି ଅଧ୍ୟାୟରେ ବିଭକ୍ତ। ସେଥିରେ ତାଙ୍କର ପିଲାଦିନ, କୈଶୋର, ବଲିଉଡ଼୍ ଜୀବନ , ରୋମାନ୍ସ, ସହ କଳାକାରଙ୍କ ସହିତ ସଂପର୍କ, ବିବାହ, ଅଭିନୟର ଦ୍ୱିତୀୟ ଇନିଂସ୍ ଏବଂ ନିର୍ଦ୍ଦେଶକର ଜୀବନୀ ସଂପର୍କରେ ବିସ୍ତତ ବର୍ଣ୍ଣନା ରହିଛି। ଏଥିସହ ତାଙ୍କର ଦୁଇ ଝିଅ ଇଷା ଓ ଆହାନାଙ୍କ ଲାଗି ସଂଯୋଜିତ ହୋଇଛି ଦୁଇଟି ସ୍ୱତନ୍ତ୍ର ଆଧ୍ୟାୟ। ଏଥିସହ ଏହି ପୁସ୍ତକରେ ହେମାଙ୍କ ରାଜନୈତିକ ଜୀବନର କାହାଣୀ ବି ରହିଛି।
ଯେତେବେଳେ ପୁସ୍ତକର ଲେଖକ ରାମ୍ କୁମାର ମୁଖାର୍ଜୀ ମୁଖବନ୍ଧ ଲେଖିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା କଥା କହିଲେ,ସେତେବେଳେ ହେମା ମାଲିନୀ ତାଙ୍କୁ କହିଥିଲେ-‘ଆପଣ କ’ଣ କହୁଛନ୍ତି ବୁଝିପାରୁଛନ୍ତି ତ?ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିପାରିବି ନାହିଁ। ଆପଣ ଯାହା କରୁଛନ୍ତି କରନ୍ତୁ।’
ଶେଷରେ ପ୍ରଧାନମନ୍ତ୍ରୀ ପୁସ୍ତକର ମୁଖବନ୍ଧ ଲେଖିବା ପାଇଁ ରାଜି ହୋଇଥିଲେ, ଯାହାକି ଏକ ନୂତନ ଇତିହାସ ରଚିଥିଲା।