ମୁମ୍ବାଇ: ଆଜି ହେଉଛି ପ୍ରଖ୍ୟାତନାମା ଗାୟକ ମହମ୍ମଦ ରଫିଙ୍କ ଶ୍ରାଦ୍ଧବାର୍ଷିକୀ। ସେ ୧୯୮୦ ମସିହା ଜୁଲାଇ ୩୧ ତାରିଖରେ ସଂସାରରୁ ବିଦାୟ ନେଇଥିଲେ। ଏହି ପ୍ରଖ୍ୟାତ ଗାୟକଙ୍କ ସଂପର୍କରେ କିଛି କଥା ଯାହା ଦୃଦୟକୁ ସ୍ପର୍ଶ କରିବ। ମହମ୍ମଦ୍ ରଫି ୧୯୨୪ ମସିହା ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲା ସୁଲତାନ ସିଂହ ଗ୍ରାମରେ ଜନ୍ମ ହୋଇଥିଲେ। ପିତା ହାଜି ଅଲୀ ମହମ୍ମଦଙ୍କର ଛଅଟି ସନ୍ତାନ ଥିଲେ । ସେମାନଙ୍କ ଭିତରୁ ମହମ୍ମଦ୍ ରଫି ଥିଲେ ଦ୍ୱିତୀୟ ସନ୍ତାନ ।
କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ବିଷୟରେ ଗୋଟିଏ କଥା ବେଶ ପ୍ରଚଳିତ ଯେ ସେ ଜୀବନରେ କେବେ ବି ଅର୍ଥକୁ ବିଶେଷ ଗୁରୁତ୍ୱ ଦେଇ ନଥିଲେ। ଏଥିଲାଗି ସେ ଗୀତଗାଇବା ପୂର୍ବରୁ ତା’ ବାବଦରେ ତାଙ୍କୁ କେତେଟଙ୍କା ମିଳିବ ସେ କଥା ଜାଣୁ ନ ଥିଲେ।
ଜଣେ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ରଫିଙ୍କୁ ଗୀତ ଗାଇବାକୁ ଅନୁରୋଧ କରନ୍ତି ,ସେ ରାଜି ହୋଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଏହି ଗୀତ ପାଇଁ ତାଙ୍କୁ କେତେ ଟଙ୍କା ପାରିଶ୍ରମିକ ଦିଆଯିବ,ସେ କଥା ରଫି କେବେ ବି ସଙ୍ଗୀତକାରଙ୍କୁ ପଚାରନ୍ତି ନାହିଁ କି ପ୍ରଯୋଜକଙ୍କୁ ପଚାରନ୍ତି ନାହିଁ। ଯିଏ ଯାହା ଦେଲା ତାହା ସେ ରଖୁଥିଲେ ବୋଲି କୁହାଯାଏ।
/sambad/media/post_attachments/wp-content/uploads/2018/07/Rafi_splash-300x189.jpg)
ମହମ୍ମଦ୍ ରଫି କେତେକ ଗୀତପାଇଁ ମାତ୍ର ଏକ ଟଙ୍କା ନେଇଛନ୍ତି ବୋଲି ବି ଶୁଣିବାକୁ ମିଳେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Mohammad-Rafi_Thumbnail.jpg)