ମୁମ୍ବାଇ: ମହାକୁମ୍ଭ ମେଳାର ଭାଇରାଲ୍ ଗର୍ଲ ମୋନାଲିସାଙ୍କୁ ସିନେମାରେ କାମ କରିବାର ଅଫର ମିଳିବା ପରେ ସେ କେମିତି କାମ କରିବେ ସେଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସମୟରେ ପ୍ରତିଦିନ ତାଙ୍କୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସୁଛି। ସମ୍ପ୍ରତି ମୋନାଲିସାଙ୍କ ନୀରିହତାର ଲୋକେ ଫାଇଦା ଉଠାଉଥିବା ନେଇ ଅନେକ ଲୋକେ ଅଭିଯୋଗ କରୁଛନ୍ତି।
ମୋନାଲିସାଙ୍କୁ ସିନେମା ଅଫର ମିଳିବା ଘଟଣାକୁ ନେଇ ପ୍ରଯୋଜକ ଜିତେନ୍ଦ୍ର ନାରାୟଣ ସିଂହ ସନୋଜ ମିଶ୍ରାଙ୍କ ନାମରେ ଅଭିଯୋଗ ଆଣି କହିଥିଲେ, ‘ସନୋଜ ମିଶ୍ର ଏସବୁ ମୋନାଲିସା ଏବଂ ତାଙ୍କ ପରିବାରର ନୀରିହତାର ଫାଇଦା ଉଠାଇବାକୁ କରିଛନ୍ତି। ସିନେମା ଦେବା ବାହାନାରେ ମୋନାଲିସାଙ୍କୁ ଧରି ବୁଲୁଛନ୍ତି। ମୋନାଲିସା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏପରି କରି ଏବେ ଲୋକପ୍ରିୟତା ସାଉଁଟିବାକୁ ଚାହୁଁଛନ୍ତି।’
ଏଭଳି ବିବାଦ ଉଠିବା ଦେଖି ମୋନାଲିସା ବାଧ୍ୟ ହୋଇ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି। ମୋନାଲିସା ଏକ ଭିଡିଓ ସେୟାର କରି ସନୋଜ ମିଶ୍ରାଙ୍କୁ ନେଇ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ‘ମୁଁ ମୁମ୍ବାଇ ଛଡ଼ା ଆଉ କୌଣସି ସ୍ଥାନକୁ ଯାଇନାହିଁ। ମୁଁ ମଧ୍ୟପ୍ରଦେଶରେ ହିଁ ଅଛି। ମୁଁ ଅଭିନୟ ଶିଖିବା ସହିତ ପାଠ ବି ପଢ଼ୁଛି। ଆପଣ ଯେଭଳି ଭାବୁଛନ୍ତି ସେମିତି କିଛି ବି ନୁହେଁ।
ମୋ ସହିତ ମୋର ବଡ଼ବାପା ଓ ଭଉଣୀ ଅଛନ୍ତି। ଯେଉଁମାନଙ୍କୁ ଆପଣ ଭିଡ଼ିଓ ଜରିଆରେ ଦେଖିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/19/8OF6X7nmMJ6WX9OTI7C5.jpg)