ଲକ୍ଷ୍ମୌ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାକୁ ମାଳା ବ୍ୟବସାୟ କରିବାକୁ ଆସିଥିବା ମୋନାଲିସା ଯେ ରାତରାତି ଷ୍ଟାର ପାଲଟିଯିବେ ଏକଥା ସେ କି ତାଙ୍କ ପରିବାର ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ।
ମହାକୁମ୍ଭରୁ ମୋନାଲିସାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ସେ ସାଉଁଟିଲେଣି ଅନେକଙ୍କ ଭଲପାଇବା, ଢ଼େରସାରା ଲୋକପ୍ରିୟତା ଓ ଚର୍ଚ୍ଚା । କେବଳ ଏତିକି ନୁହେଁ ଏହାପରେ ତାଙ୍କୁ ମିଳିଥିଲା ବଲିଉଡ ସିନେମାରେ କାମ କରିବାର ଅଫର।
ନିର୍ଦ୍ଦେଶକ ସଜୋନ ମିଶ୍ରା ତାଙ୍କ ଆଗାମୀ ଫିଲ୍ମ 'ଦ ଡାଏରୀ ଅଫ୍ ମଣିପୁର'ରେ ମୋନାଲିସାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ମୋନାଲିସାଙ୍କ ଅନେକ ମ୍ୟୁଜିକ ଭିଡିଓ ରିଲିଜ ହୋଇସାରିଲାଣି।କେବଳ ଏତିକି ନୁହେଁ ବଲିଉଡ ସହିତ ମୋନାଲିସାା ଆଗାମୀ ଦିନରେ ସାଉଥ ସିନେମାର ବି କାମ କରିବାକୁ ନେଇ ଯୋଜନା ରଖିଛନ୍ତି।
କିଛିଦିନ ତଳେ ମୋନାଲିସା ତାଙ୍କ ମା’ଙ୍କୁ ଏକ ସୁନାର ଚେନ ଉପହାରରେ ଦେଇଛନ୍ତି। ଝିଅ ଠାରୁ ସୁନା ଉପହାର ପାଇ ମୋନାଲିସାଙ୍କ ମା’ କାନ୍ଦି ପକାଇଥିଲେ। ମୋନାଲିସା ତାଙ୍କ ବ୍ୟସ୍ତବହୁଳ କାମ ମଧ୍ୟରୁ ସମୟ ବାହାର କରି ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ମୁଁ ମୋ ଗାଁର ପିଲାଙ୍କ ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛି। ଖୁବ ପରିଶ୍ରମ କରୁଛି ମନ ଦେଇ କାମ କରୁଛି। ହିରୋଇନ ହେବା ପାଇଁ ପ୍ରଶିକ୍ଷଣ ନେଉଛି। ଆଗକୁ ଭଲ ଦୁଇପଇସା ରୋଜଗାର କରି ପାରିଲେ ମୁଁ ଆମ ଗାଁରେ ସ୍କୁଲଟେ ଖୋଲିବି। ଯଦ୍ବାରା ଆମ ଗାଁରେ ଆଉ କେହି ଅଶିକ୍ଷିତ ରହିବେ ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/18/846aab4b-3060-4cc6-8bda-4ca59fd315ae-2025-08-18-17-44-16.jpg)