ମୁମ୍ବାଇ:ଇନ୍ଦୋରର ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲା ସାରା ଦେଶକୁ ଚକିତ କରି ଦେଇଛି। ସୋନମଙ୍କ ଏଭଳି ପଦକ୍ଷେପକୁ ସାରା ଦେଶରେ ତୀବ୍ର ନିନ୍ଦା କରାଯାଉଛି।
ରାଜା ସହିତ ହନିମୁନରେ ଯାଇ ପ୍ରେମିକ ସହିତ ମିଶି କଣ୍ଟ୍ରାକ୍ଟ କିଲରଙ୍କ ସହିତ ଯୋଗାଯୋଗ କରି ସୋନମ ସ୍ବାମୀଙ୍କୁ ହତ୍ୟା କରିଥିଲେ। ଘଟଣା ପ୍ରଘଟ ହେବାପରେ ସୋନମ ପୁଲିସ ନିକଟରେ ଆତ୍ମସମର୍ପଣ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ଗୁରୁବାର ତାଙ୍କ ରିମାଣ୍ଡ ଶେଷ ହୋଇଥିବା ତଦନ୍ତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।
ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପରେ ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲାକୁ ନେଇ ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।।