ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ, ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ ଐଶ୍ବର୍ଯ୍ୟା ରାୟ ବଚ୍ଚନଏବଂ ନାତୁଣୀ ଆରାଧ୍ୟା ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଅମିତାଭ ଏବଂ ଅଭିଷେକ ଏବେ ନାନାବତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ତେବେ ଉଭୟ ଏବେ ସାଧାରଣ ଚିକିତ୍ସା ମଧ୍ୟରେ ଅଛନ୍ତି ଏବଂ ସେମାନଙ୍କ ପାଇଁ କୌଣସି ବଡ଼ ଧରଣର ଚିକିତ୍ସାର ଆବଶ୍ୟକତା ନାହିଁ ବୋଲି ନାନାବତି ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତେବେ ଆଉ ୭ ଦିନ ମେଡିକାଲରେ ରହିବାକୁ ଉଭୟଙ୍କୁ ପରାମର୍ଶ ଦିଆଯାଇଛି | ସେହିପରି ଐଶ୍ଵର୍ଯ୍ୟା ଏବଂ ଆରାଧ୍ୟା ଘରେ ଚିକିତ୍ସିତ ହେଉଛନ୍ତି, ଉଭୟେ ମଧ୍ୟ ସୁସ୍ଥ ଅଛନ୍ତି। ଏଠାରେ ସୂଚନା ଥାଉ କି ଜୁଲାଇ ୧୧ ରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଟ୍ୱିଟର ମାଧ୍ୟମରେ ଘୋଷଣା କରିଥିଲେ ଯେ ସେମାନେ କରୋନା ପଜିଟିଭ ବୋଲି ଜଣାପଡିଛି।
ଉଭୟ ନାନାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଚିକିତ୍ସା ପାଇଁ ସେମାନଙ୍କୁ ଅତି କମରେ ୭ ଦିନ ଡାକ୍ତରଖାନାରେ ରହିବାକୁ ପଡିବ ବୋଲି ଡାକ୍ତରୀ ଟିମ ପରାମର୍ଶ ଦେଇଛନ୍ତି | ଅଭିଷେକଙ୍କ ମା ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବାବେଳେ ବଚ୍ଚନ ପରିବାରର ୨୬ ଜଣ କର୍ମଚାରୀଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି, କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/amitabh.jpg)