ଏବର୍ଷ ବଡ଼ ପରଦାରେ ୨୨ରୁ ଅଧିକ ହିନ୍ଦୀ ସିନେମା

କରୋନା ଯୋଗୁଁ ବର୍ଷ ୨୦୨୦ରେ ଚଳଚ୍ଚିତ୍ର ଶିଳ୍ପ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ସୁଟିଂରେ ରୋକ୍ ସାଙ୍ଗକୁ ସିନେମା ହଲ୍‌ଗୁଡ଼ିକରେ କଟକଣା ଯୋଗୁଁ ଦେଶରେ ବଲିଉଡ୍‌ ସମେତ ଶହଶହ ଆଞ୍ଚଳିକ ଚଳଚ୍ଚିତ୍ର ମୁକ୍ତିଲାଭ କରିପାରି ନଥିଲା। ତେବେ ଚଳିତବର୍ଷ କରୋନା ପ୍ରକୋପ ହ୍ରାସ ପାଇବା ଯୋଗୁଁ ହଲ୍ ସମେତ ସୁଟିଂକୁ ନେଇ କଟକଣା କୋହଳ ହୋଇଛି। ତେଣୁ ଏବର୍ଷ ୨୨ରୁ ଅଧିକ ହିନ୍ଦୀ ସିନେମା ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏଥିରେ ଆମିର୍‌ଙ୍କ ଲାଲ୍ ସିଂହ ଚଡ୍ଡା, ସଲମାନଙ୍କ ରାଧେ, ସଂଜୟ ଦତ୍ତଙ୍କ କେଜିଏଫ୍ ୨, ଅଜୟ ଦେବଗନଙ୍କ ଆର୍‌ଆର୍‌ଆର୍, ତାପସୀଙ୍କ ରଶ୍ମି ରକେଟ୍, ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ ଭଳି ଚଳଚ୍ଚିତ୍ର ଆସୁଛି।

ସମ୍ବନ୍ଧିତ ଖବର