ରାଜ କୁନ୍ଦ୍ରାଙ୍କ ପାଇଁ ମୁଣ୍ଡ ଟେକିପାରେ ନୂଆ ସମସ୍ୟା, ସାକ୍ଷୀ ଦେଲେ ତାଙ୍କର ହିଁ ଚାରିଜଣ କର୍ମଚାରୀ

ନୂଆଦିଲ୍ଲୀ: ପର୍ଣ୍ଣ ସିନେମା ନିର୍ମାଣ କରୁଥିବା ଘଟଣାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟା ସାମ୍ନାକୁ ଆସୁଛି।

ପୁଲିସ ସୂତ୍ରରୁ ପ୍ରକାଶ, ରାଜ କୁନ୍ଦ୍ରାଙ୍କ ୪ଜଣ କର୍ମଚାରୀ ପର୍ଣ୍ଣ ସିନେମା ନିର୍ମାଣ ମାମଲାର ମୁଖ୍ୟ ସାକ୍ଷୀ ହୋଇଛନ୍ତି। ଏହି ୪ଜଣ କର୍ମଚାରୀ କହିଛନ୍ତି, ଏହି ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କୁ ଭିଡିଓ କ୍ଲିପ ଡିଲିଟ କରିବା ପାଇଁ କୁହାଯାଇଥିଲା। ତେବେ କମ୍ପାନିରୁ ହିଁ ପର୍ଣ୍ଣ ସିନେମା ଅପଲୋଡ କରାଯାଇଥାଏ ବୋଲି କୁନ୍ଦ୍ରାଙ୍କ ଏହି ଚାରିଜଣ କର୍ମଚାରୀ କହିଛନ୍ତି।

ଏଥିସହିତ ଏହି ମାମଲାରେ ଫେରାର ଅଭିଯୁକ୍ତ ୟଶ ଠାକୁର ଦେଇଥିବା ଏକ ବୟାନରୁ ଆଇବି କର୍ମଚାରୀଙ୍କ ନାମ ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ୟଶ ଠାକୁର ଆଇବି ସହିତ ପ୍ରଥମେ ସାଙ୍ଗ ହୋଇ ଏକ ଆପ ଖୋଲିବାକୁ ରାଜି କରାଇଥିଲେ।
ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ, ଏହି ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ନାମରେ ଆପ ରେଜିଷ୍ଟ୍ରେସନ କରିଥିଲେ। ୟଶ ଠାକୁର ସେଥିରେ ଆୱାର୍ଡ ଉଇନିଂ ସର୍ଟ ସିନେମା ଅପଲୋଡ କରିବାକୁ କହିଥିବା ବେଳେ ପରେ ପର୍ଣ୍ଣ ସିନେମା ଅପଲୋଡ କରିଥିଲେ। ସେ କିନ୍ତୁ ଏହାକୁ ବିରୋଧ ବି କରିଥିଲେ।

 

ସମ୍ବନ୍ଧିତ ଖବର