ଦେଶର ଅନେକ ସହରରେ ରିଲିଜ୍‌ର ପ୍ରଥମ ଦିନ ରଦ୍ଦ ହେଲା ‘ସାହୋ’ର ମର୍ଣ୍ଣିଙ୍ଗ୍‌ ସୋ’

ମୁମ୍ବାଇ : କିଛି ମାସ ହେଲାଣି ଚର୍ଚ୍ଚାରେ ରହିଥିବା ଫିଲ୍ମ ସାହୋ ଅଗଷ୍ଟ ୩୦ରେ ରିଲିଜ୍‌ ହୋଇଛି । ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖାଯାଇଛି । ତେବେ ଏ ସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରିଲିଜ୍‌ର ପ୍ରଥମ ଦିନ ଅନେକ ବଡ଼ ବଡ଼ ସହରରେ ମର୍ଣ୍ଣିଙ୍ଗ୍‌ ସୋ’କୁ ରଦ୍ଦ କରାଯାଇଥିଲା ବୋଲି ଜଣାପଡ଼ିଛି । ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଦିଲ୍ଲୀ, ହାଇଦ୍ରାବାଦ୍‌, ଲକ୍ଷ୍ନୌ ଓ ଉଜ୍ଜୈନ୍‌ ଭଳି ସହରରେ ସାହୋର ମର୍ଣ୍ଣିଙ୍ଗ୍‌ ସୋ’କୁ ରଦ୍ଦ କରି ଦିଆଯାଇଥିବା ନେଇ ସୂଚନା ମିଳିଛି ।

ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏହି ସବୁ ସହରରେ ଥିବା ସିନେମାଘରଗୁଡ଼ିକୁ ଫିଲ୍ମର ପ୍ରିଣ୍ଟ ପହଞ୍ଚି ପାରି ନଥିଲା । ଯାହା ପାଇଁ ମର୍ଣ୍ଣିଙ୍ଗ୍‌ ସୋ’କୁ ରଦ୍ଦ କରିବାକୁ ପଡ଼ିଥିଲା । ଟୁଇଟ୍‌ରରେ ଅନେକ ଲୋକ ଏ ନେଇ ଅଭିଯୋଗ କରିବା ପରେ ଖବରଟି ସାମ୍ନାକୁ ଆସିଛି । କିଛି ଲୋକ ଟେକ୍‌ନିକାଲ ସମସ୍ୟା ପାଇଁ ମର୍ଣ୍ଣିଙ୍ଗ୍‌ ସୋ’କୁ ରଦ୍ଦ ହୋଇଥିବା ନେଇ ଲେଖିଥିବା ବେଳେ କିଛି ଟିକେଟ୍‌ ସମସ୍ୟାକୁ ନେଇ ସୋ’ ରଦ୍ଦ କରାଯାଇଥିବା ଲେଖିଛନ୍ତି । ଏ ପର୍ଯ୍ୟନ୍ତ ପ୍ରକୃତ କାରଣ ସାମ୍ନାକୁ ଆସି ନାହିଁ ।

ସମ୍ବନ୍ଧିତ ଖବର