ମୁମ୍ବାଇ: ବଲିଉଡ୍‌ ଜଗତରେ ପ୍ରେମ, ବିଚ୍ଛେଦ, ମୀମାଂସାରେ ନୂଆ କଥା କ’ଣ! ଏହା ତ ନିତିଦିନଆ କଥା। ମାତ୍ର ବଲିଉଡରେ ଏମିତି କିଛି ପ୍ରେମ କାହାଣୀ ରହିଛି ଯାହା କେବେ ଭୁଲି ହୁଏନା। ସେମାନେ ରଚି ଯାଇଛନ୍ତି ଗୋଟାଏ ଗୋଟାଏ ଇତିହାସ। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ର ସେ ତିନି ତିନି ଜଣ ଚିହ୍ନା ମୁହଁଙ୍କ ବିଷୟରେ। ସେମାନେ କିଏ? ଯାହାଙ୍କ ପ୍ରେମ କାହାଣୀ ତ୍ରିକୋଣୀୟ ହେଲେ ବି ସୁନ୍ଦର!

Advertisment

publive-image

‘ଚଳଚ୍ଚିତ୍ର ଦୋ ଅନ୍‌ଜାନେ’ ସୁଟିଂ ସେଟ୍‌ରେ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ଓ ଗ୍ଲାମରସ୍‌ ଗର୍ଲ ରେଖାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏପରିକି କଥା ଉଠିଥିଲା ଯେ ଅମିତାଭ ରେଖାଙ୍କୁ ଗୁପ୍ତ ଭାବେ ବିବାହ କରିଥିଲେ। ସେ ସମୟରେ ରେଖା ଋଷି କପୁର୍‌ ଓ ନିତୁ ସିଂହଙ୍କ ବିବାହ ଉତ୍ସବକୁ ସିନ୍ଦୂର ପିନ୍ଧି ଆସିବା ଘଟଣା ବେଶ୍‌ ଚର୍ଚ୍ଚା ପାଲଟିଥିଲା। ମାତ୍ର ପତ୍ନୀ ଜୟାଙ୍କ କଡ଼ା ନଜରରୁ ବର୍ତ୍ତି ପାରିନଥିଲେ ବିଗ୍‌ ବି। ଶେଷରେ ‘ସିଲ୍‌ସିଲା’ ଚଳଚ୍ଚିତ୍ର ପରଠାରୁ ଉୟଭ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରୁ ରେଖାଙ୍କଠାରୁ ଦୂରେଇ ଯାଇଥିଲେ ଅମିତାଭ।

publive-image

ପ୍ରଥମେ ରଣବୀର କପୁର୍‌ ଏବଂ ଦୀପିକା ପାଦୁକୋନ ଭଲ ବନ୍ଧୁ ହେଲେ। ସମୟ କ୍ରମେ ସେ ହୁହେଁ ପାଲଟିଗଲେ ବନ୍ଧୁରୁ ପ୍ରେମିକ-ପ୍ରେମିକା। ମାତ୍ର କିଛି ଦିନ ପରେ ଦୀପିକା ଜାଣିବାକୁ ପାଇଲେ ଯେ ରଣବୀର ତାଙ୍କ ସହ ପ୍ରତାରଣ କରି କ୍ୟାଟ୍ରିନା କୈଫ୍‌ ସହ ସଂପର୍କ ଯୋଡୁଛନ୍ତି। ଏହି କଥାକୁ ରଣବୀର ମଧ୍ୟ ସ୍ୱୀକାର କରିଥିଲେ ଯେ ସେ ବାସ୍ତବରେ ଦୀପିକାଙ୍କୁ ଧୋକା ଦେଉଛନ୍ତି ବୋଲି।

publive-image

ରଣବୀର-ଦୀପିକାଙ୍କ ପରି ସାହିଦ ଓ କରୀନାଙ୍କ ପ୍ରେମ କାହାଣୀ ବି ବନ୍ଧୁତ୍ୱରୁ ସୃଷ୍ଟି। ଏହି ଯୋଡ଼ିଙ୍କ ମଝିରେ ପଶି ଆସିଥିଲେ ଛୋଟେ ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌। ଏପରିକି ସୈଫ୍‌ଙ୍କ ସହ କରୀନାଙ୍କ ସଂପର୍କ ଏତେ ଘନିଷ୍ଠ ହୋଇଗଲା ଯେ ସେ ଦୁହେଁ ପରସ୍ପରଙ୍କୁ ବିବାହ କରି ବସିଲେ। ସେମାନଙ୍କ ପ୍ରେମର ସନ୍ତକ ତୈମୁର୍‌କୁ କିଏ ବା ନ ଜାଣେ!

publive-image

ବଲିଉଡ୍‌ର ଅନ୍ୟ କେଉଁ ଯୋଡ଼ିଙ୍କୁ ଭୁଲି ହେଉ କି ନହେଉ ସଲମନ ଖାନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡ଼ି କିନ୍ତୁ ଭୁଲିହେବା ପରି ଯୋଡ଼ି ନୁହେଁ। ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଚଳଚ୍ଚିତ୍ରରୁ ଏହି ୨ ଜଣ ପରସ୍ପରଙ୍କୁ ପ୍ରେମ କରି ବସିଥିଲେ। ମାତ୍ର ସଲମାନ ତାଙ୍କର ଲେଡିଲଭ୍‌ଙ୍କୁ ଶାରୀରିକ ଓ ମାନସିକ ଭାବେ ଅତ୍ୟାଚାର କରିବାରୁ ତାହାର ଫାଇଦା ନେଇ ମଝିରେ ପଶି ଆସିଥଇଲେ ବିବେକ ଓବରାୟ।

publive-image

ଶୁଣାଯାଏ ଯେ ‘ମେ ଖିଲାଡି ତୁ ଅନାଡି’ ଚଳଚ୍ଚିତ୍ରରୁ ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟୀଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଶିଳ୍ପା ଅକ୍ଷୟଙ୍କୁ ଗଭୀର ଭାବେ ଭଲପାଇ ବସିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଅକ୍ଷୟ ଟୁଇଙ୍କିଲ୍‌ଙ୍କୁ ବିବାହ କରିଥିଲେ।