ଏହି ସବୁ ସିନେମାରେ ରେଖାଙ୍କ ହଟ୍‌ ସିନ୍‌ ଚର୍ଚ୍ଚାର ବିଷୟ ହୋଇଥିଲା !

ସତୁରୀ ଓ ଅଶୀ ଦଶକର ଲୋକପ୍ରିୟ ନାୟିକା ରେଖାଙ୍କର ଆଜି ହେଉଛି ଜନ୍ମଦିନ। ସେ ୧୯୫୪ ମସିହା ଅକୋଟାବର ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ରେଖା ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ସିନେମା‘ରଙ୍ଗୁଲା ରତ୍ନମ୍‌’ରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ତେବେ ୧୯୭୦ ରେ ରିଲିଜ୍‌ ହୋଇଥିବା ହିନ୍ଦୀ ସିନେମା‘ସାଓ୍ଵନ୍‌ ଭାଦୋ’ ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ। ଏହାପରେ ରେଖା ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ତାଙ୍କ ଅଭିନୀତ ଉଲ୍ଲେଖନୀୟ ସିନେମା ଭିତରେ ରହିଛି ‘ଖୁବସୂରତ୍‌’,ଖୁନ୍‌ ଭରି ମାଙ୍ଗ୍‌’,‘ଖିଲାଡିୟୋଁକା ଖିଲାଡି’,ଉମରାଓ ଜାନ୍‌’, ‘ଆଂଚଲ୍‌’, ‘ଏକ୍‌ ହି ଭୁଲ୍‌’, ‘ଜୁଦାଇ’,‘ମୁକଦ୍ଦର୍‌ କା ସିକନ୍ଦର୍‌’,‘ଦୋ ଅନଜାନେ’, ‘କର୍ତ୍ତବ୍ୟ’ ,‘ମିଷ୍ଟର ନଟବରଲାଲ୍‌’, ସିଲସିଲା, ‘କଭି କଭି’, ମାଙ୍ଗ ଭରୋ ସଜନା, ଶିତ ‘ସୌତନ୍‌ କୀ ବେଟି’ , କ୍ରିଶ୍‌ , କୋଇ ମିଲ ଗୟା, ଦିଲ ହେ ତୁହ୍ମାରା ଏବଂ ଲଜ୍ଜା ଆଦି। ରେଖା‘ଖୁବସୂରତ୍‌’,ଖୁନ୍‌ ଭରି ମାଙ୍ଗ୍‌’ ଏବଂ ‘ଖିଲାଡିୟୋଁକା ଖିଲାଡି’ ପାଇଁ ଫିଲ୍ମ ଫେଆର୍‌ ଆଓ୍ଵାର୍ଡ ଲାଭ କରିଥିଲେ। ଏହା ଛଡ଼ା,‘ଉମରାଓ ଜାନ୍‌’ ସିନେମାରେ ଉଚ୍ଚକୋଟିର ଅଭିନୟ କରି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତେବେ ରେଖା ତାଙ୍କର ଅଭିନୟ ଲାଗି ସର୍ବଦା ଚର୍ଚ୍ଚାରେ ଥାଆନ୍ତି।

ସତୁରୀ ଓ ଅଶୀ ଦଶକର ଲୋକପ୍ରିୟ ନାୟିକା ‘ରେଖା’ ବେଶ୍‌ କେତୋଟି ଫିଲ୍ମ‘ହଟ୍‌ ବାଥିଂ ସିନ୍‌’ କରିଥିଲେ।ଫିଲ୍ମ ‘ଆଂଚଲ’ରେ ରେଖା ଏକ ଗାଆଁର ଝିଅ।ସେ ଝରଣାରେ ସ୍ନାନ କରୁଥିବେ ଓ ନାୟକ (ରାଜେଶ୍‌ ଖାନ୍ନା) ତା’ଙ୍କୁ ଦେଖୁଥିବେ। ସ୍ନାନ ସମୟରେ ରେଖା ପଚାରନ୍ତି-‘ଆରେ ତୁମ୍‌ କା ଦେଖ୍‌ରହେ ଥେ’…..। ରାଜେଶ୍‌ ଖାନ୍ନା କହନ୍ତି-ଆରେ ତୁୁମ୍‌ରା ୟେ ଗୋରା ଅଙ୍ଗ୍‌ …..। ପୁଣି ରେଖା କହନ୍ତି-ତୁମ୍‌ ପାଗଲ୍‌ ହୋ…..।ରାଜେଶ୍‌ କହନ୍ତି-ନେହିଁ ମେଁ ବଦମାସ୍‌ ହୁଁ…।ରେଖା କହନ୍ତି-ତୁମ୍‌ ବୁଦ୍ଦୁ ହୋ….।ଏହି ହଟ୍‌ ବାଥିଂ ସିନ୍‌ ପରେ ରାଜେଶ ଖାନ୍ନା ନିଜେ ପିନ୍ଧିଥିବା କୁର୍ତ୍ତା ରେଖାକୁ ଦେଇ ନିଜର ଅଙ୍ଗ ସୌଷ୍ଠବ ଲୁଚାଇବାକୁ କହନ୍ତି।ଏହାପରେ ରାଜେଶ୍‌ ନିଜେ ହିଁ ଫୁଙ୍ଗୁଳା ଦେହ ହୋଇଯାଆନ୍ତି। ଏହି ଦୃଶ୍ୟଟି କିଛି କମ୍‌ ଉତ୍ତେଜକ ନଥିଲା।

‘ସୌତନ୍‌ କୀ ବେଟି’ରେ ବାଥ୍‌ଟ୍ୟୁବ୍‌ରେ ରେଖା ଓ ଜିତେନ୍ଦ୍ର ସ୍ନାନ କରୁଥିବାର ଦୃଶ୍ୟ ଥିଲା।  ସେ ଦୁହେଁ ପରସ୍ପରକୁ ଚକ୍‌ଲେଟ୍‌ ଖୁଆଉଥିବାର ଦୃଶ୍ୟ ଥିଲା  ସ୍ନାନ ସମୟରେ ଫେଣ ଥିବା ପାଣି ଭିତରେ ଜିତେନ୍ଦ୍ର-ରେଖା ସ୍ନାନ କରୁଥିବାର ଏହି ଦୃଶ୍ୟଟି ସେତେବେଳେ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ତେବେ ରେଖାଙ୍କ ଆଉ ଏକ ଚର୍ଚ୍ଚିତ ସ୍ନାନ ଦୃଶ୍ୟଟି ଥିଲା-ସାଓ୍ଵନ୍‌ କୁମାରଙ୍କ ନିର୍ଦ୍ଦେଶିତ ‘ସୌତନ୍‌ କୀ ବେଟି’ରେ।ଏହା ମଧ୍ୟ ଖୁବ୍‌ ହଟ୍‌ ଓ ବୋଲ୍‌ଡ଼ ଥିଲା। ବାଥ୍‌ଟ୍ୟୁବ୍‌ରେ ରେଖା ଓ ଜିତେନ୍ଦ୍ର ସ୍ନାନ କରୁଥିବାର ଦୃଶ୍ୟ ଥିଲା।ତା’ସାଙ୍ଗକୁ ସେ ଦୁହେଁ ପରସ୍ପରକୁ ଚକ୍‌ଲେଟ୍‌ ଖୁଆଉଛନ୍ତି ସେହି ସ୍ନାନ ସମୟରେ ଫେଣ ଥିବା ପାଣି ଭିତରେ ଜିତେନ୍ଦ୍ର-ରେଖା  ନଗ୍ନାବସ୍ଥାରେ ସ୍ନାନ କରୁଥିବାର ଏହି ଦୃଶ୍ୟଟି ସେତେବେଳେ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ଠିକ୍‌ ସେହିପରି ‘ଏକ୍‌ ହି ଭୁଲ୍‌’ ସିନେମାରେ ମଧ୍ୟ ଜିତେନ୍ଦ୍ର-ରେଖାଙ୍କର ଏକ ସ୍ନାନ ଦୃଶ୍ୟ ରହିଥିଲା। ଏଥିସହିତ ମଧ୍ୟ ହଟ୍‌ ହୀରୋଇନ୍‌ ରେଖା ତାଙ୍କଠୁ ବୟସରେ ସାନ ଅକ୍ଷୟ କୁମାରଙ୍କ ସହିତ ବି ଏକ ଜବରଦସ୍ତ ବାଥ ସିନ୍‌ କରିଥିଲେ। ଏହା ଖୁବ୍‌ ହଟ୍‌ ଆଣ୍ଡ ପ୍ୟାସେନେଟ୍‌ ସିନ୍‌ ଥିଲା।ଉମେଶ ମେହେରା ନିର୍ଦ୍ଦେଶିତ ‘ଖିଲାଡ଼ିୟୋଁ କା ଖିଲାଡ଼ି’ରେ ରେଖା ଓ ଅକ୍ଷୟଙ୍କ ଏହି ସ୍ନାନର ଦୃଶ୍ୟଟି ଉକ୍ତ ଫିଲ୍ମର ୟୁଏସ୍‌.ପି ଥିଲା ବୋଲି କହିଲେବି ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର