ଚେନ୍ନାଇ: ସୋସିଆଲ୍‌ ମିଡିଆରେ ଅଧିକାଂଶ ସମୟରେ ଅନେକ ମଜାଦାର ଭିଡିଓ ସବୁ ଭାଇରାଲ୍‌ ହୋଇଛି। ନିକଟରେ ସୋସିଆଲ୍‌ ମିଡିଆରେ ଏକ ମା‌ଆପୁଅଙ୍କ ଭିଡିଓ ଭାଇରାଲ୍‌ ‌ହୋଇଛି, ଯାହାକୁ କି ଅନେକ ଲୋକେ ପସନ୍ଦ କରିଛନ୍ତି।

Advertisment

ଭାଇରାଲ୍‌ ହୋଇଥିବା ମାଆପୁଅ ତାମିଲ ଅଭିନେତା ବିଜୟ ଓ ଅଭିନେତ୍ରୀ ପୂଜାଙ୍କର ଏକ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି। ଫେବ୍ରୁଆରିରେ ପୋଷ୍ଟ୍‌ ହୋଇଥିବା ଏହି ଭିଡିଓର ଏବେ ସୁଦ୍ଧା ୨ ଲକ୍ଷ ଭିୟୁ ହୋଇ ସାରିଲାଣି।

ଭିଡିଓରେ ଦେଖିବାକୁ ମିଳିଥିବା ମାଆପୁଅ ଦୁହେଁ ହେଉଛନ୍ତି ଲୋହିତା ଏବଂ କିଶନ। ସେମାନେ ଖୁବ୍‌ ସୁନ୍ଦର ଭାବେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

ମାଆ ପୁଅ ନାଚୁଥିବା ଏହି  ଗୀତଟିକୁ ଲେଖିଛନ୍ତି ଶିବକାର୍ତ୍ତିକେୟନ୍‌ ଏବଂ ଅନିରୁଦ୍ଧ ରବିଚନ୍ଦର। ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଗୀତଟି ହେଉଛି ବିଜୟଙ୍କ ଅପ୍‌କର୍ମିଂ ଚଳଚ୍ଚିତ୍ରର ପ୍ରଥମ ମୁକ୍ତିଲାଭ କରିଥିବା ଗୀତ।