ମାତ୍ର ୨୨ ବର୍ଷ ବୟସରେ ଏହି କାମ କରିଥିଲେ ଏ ଦୁଇ ଚର୍ଚ୍ଚିତା ସେଲିବ୍ରିଟି

ମାଆ ହେବା ମହିଳାମାନଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ଏବେ ବି ଭାରତରେ କମ୍‌ ବୟସରେ ଯୁବତୀମାନେ ମାଆ ହେଉଛନ୍ତି।ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ଼୍‍ ଫିମେଲ୍‌ ସେଲିବ୍ରିଟିମାନେ। ଏମାନଙ୍କ ମଧ୍ୟରୁ ଏମିତି ଦୁଇଜଣଙ୍କ ସଂପର୍କରେ ଜାଣନ୍ତୁ ଯେଉଁମାନେ ୨୨ ବର୍ଷ ବୟସରେ କରିଥିଲେ ଏହି କାମ।

ନୀତୁ ସିଂହ:- ଶିଶୁ କଳାକାରରୁ ନାୟିକା ହୋଇଥିବା ନୀତୁ ସିଂହ ଥିଲେ ସତୁରି ଦଶକର ଜଣେ ଆଗ ଧାଡ଼ିର ନାୟିକା। ଦର୍ଶକ ‘ଅମର ଆକବର୍‌ ଆନ୍ଥୋନି’,‘ୟାରାନା’,‘ଧରମବୀର୍‌’ ସମେତ ବେଶ୍‌ କେତେକ ସପୁରହିଟ୍‌ ଫିଲ୍ମରେ ନାୟିକା ଭୂମିକାରେ ଦେଖିଥିଲେତାଙ୍କୁ । ନୀତୁ ତାଙ୍କର ସହ କଳାକାର ଋଷି କପୁରଙ୍କୁ ବିବାହ କରିଥିଲେ। ତେବେ ଆପଣ ଜାଣନ୍ତି କି ସେ ମାତ୍ର ୨୨ ବର୍ଷ ବୟସରେ ତାଙ୍କର କନ୍ୟା ରିଧିମାଙ୍କୁ ଜନ୍ମ ଦେଇଥିଲେ। ରିଧିମା ହେଉଛନ୍ତି ବଲିଉଡ଼୍‍ର ଟପ୍‌ ହିରୋ ରଣବୀର କପୁର୍‌ଙ୍କର ବଡ଼ ଭଉଣୀ।

photo-goprofile.in

ମୀରା ରାଜ୍‌ପୁତ୍‌:- ବଲିଉଡ଼୍‍ର ଟପ୍‌ ହିରୋ ଶାହିଦ୍‌ କପୁର‘ଇଶ୍କ ବିଶ୍କ’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରି ‘ପଦ୍ମାବତ୍‌’ ଯାଏଁ ଅନେକ ଗୁଡ଼ିଏ ଫିଲ୍ମରେ ଅଭିନୟ କରିଛନ୍ତି। କରୀନା କପୁରଙ୍କ ସହ ଶାହିଦ୍‌ କପୁରଙ୍କର ଆଫେଆର୍‌ ସବୁଠୁଁ ବେଶି ଚର୍ଚ୍ଚାରେ ଥିଲା। ହେଲେ ସେ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଏହାର କିଛି ବର୍ଷ ପରେ ଶାହିଦ୍‌ କପୁର ଜଣେ ନନ୍‌ ଫିଲ୍ମ ବ୍ୟାକ୍‌ ଗ୍ରାଉଣ୍ଡର ଝିଅ ମୀରା ରାଜପୁତ୍‌ଙ୍କୁ ବିବାହ କରିଥିଲେ। ବାହା ହେବା ପରେ ମୀରା ବି ବନିଗଲେ ବଲିଉଡ଼୍‍ର ଜଣେ ଫିମେଲ୍‌ ସେଲିବ୍ରିଟି। ଆଉ ମୀରା ମାତ୍ର ୨୨ ବର୍ଷ ବୟସରେ ମାଆ ବନିଥିଲେ। ହଁ ସେ ତାଙ୍କର ଏକମାତ୍ର ଝିଅ ମିଶାଙ୍କୁ ଜନ୍ମ ଦେବାବେଳେ ତାଙ୍କର ବୟସ ହୋଇଥିଲା ମାତ୍ର ୨୨ ବର୍ଷ।ଏବେ ସେ ପୁଣି ମାଆ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର