‘ଏବେ ମୁଁ ଖୁସିରେ ମରି ପାରିବି’,ଜାଣନ୍ତୁ କାହା ସହ କାମ କରିବା ପରେ ଏଭଳି ମନ୍ତବ୍ୟ ଦେଲେ ଅଭିନେତ୍ରୀ ମୌନୀ ରଏ

ମୁମ୍ବାଇ : ଟିଭି ଧାରାବାହିକରେ ଅଭିନୟ କରି ସଫଳତା ହାସଲ କରିବା ପରେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି ଅଭିନେତ୍ରୀ ମୌନୀ ରଏ । ବଲିଉଡ୍‌ରେ ତାଙ୍କର ପ୍ରଥମ ଫିଲ୍ମ ‘ଗୋଲ୍‌ଡ଼’ ପରେ ଏବେ ତାଙ୍କୁ ଦର୍ଶକ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ପାଇବେ । ‘ଗୋଲ୍‌ଡ଼’ରେ ତାଙ୍କ ବିପକ୍ଷରେ ଅଭିନେତା ଅକ୍ଷୟ କୁମାର ଅଭିନୟ କରିଥିବା ବେଳେ ରିଲିଜ୍‌ ପରେ ତାଙ୍କ ଅଭିନୟକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଏବେ ବ୍ରହ୍ମାସ୍ତ୍ରରେ ସେ ରଣବୀର କପୁର,ଆଲିଆ ଭଟ୍ଟ ଏବଂ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ କାମ କରି ଖୁବ୍‌ ଖୁସି ଥିବା ଜଣା ପଡ଼ିଛି ।

ଖାସ୍‌ କରି ବିଗ୍‌ ବିଙ୍କ ସହ କାମ କରି ସାରିବା ପରେ ଏବେ ମୁଁ ଖୁସିରେ ମରି ପାରିବି ବୋଲି କହିଛନ୍ତି । ଏକ ସାକ୍ଷାତକାରେ ସେ ଏହି ମନ୍ତବ୍ୟ ଦେଇଥିଲେ । ଫିଲ୍ମରେ ବିଗ୍‌ ବିଙ୍କ ସହ ସୁଟିଂ କରିବାର ଖୁସି ଠାରୁ ଆଉ କିଛି ବଡ଼ ଖୁସି ନାହିଁ । ତାଙ୍କ ସହ କାମ କରିବା ପରେ ମୋର ସବୁ ସ୍ୱପ୍ନ ପୂରା ହୋଇ ଯାଇଛି । ଏବେ ମୁଁ ଖୁସିରେ ମରି ପାରିବି ବୋଲି ମୌନୀ କହିଥିଲେ ।

ସମ୍ବନ୍ଧିତ ଖବର