ମୋ ସଂପର୍କୀୟଙ୍କ ଅଶାଳୀନ ସ୍ପର୍ଶ ମୋତେ ୨୦ବର୍ଷ ପର୍ଯ୍ୟନ୍ତ ପୁରୁଷମାନଙ୍କୁ ଡ଼ରିବାକୁ ବାଧ୍ୟ କରିଥିଲା : ତାହିରା କଶ୍ୟପ

ମୁମ୍ବାଇ : ଏବେ ଦେଶରେ #ମି ଠୁ ଅଭିଯାନର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଏହା ମାଧ୍ୟମରେ ନିଜ ନିଜର ଦୁଃଖ ନେଇ ମହିଳାମାନେ ସାମ୍ନାକୁ ଆସୁଛନ୍ତି । ଏବେ ଏହି ଅଭିଯାନରେ ସାମିଲ ହୋଇ ନିଜର କୋହଭରା ଦୁଃଖ ଜଣାଇଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ । ଇନ୍‌ଷ୍ଟାରେ ଏକ ପୋଷ୍ଟ କରି ଖୁବ୍‌ କମ ବୟସରେ ଯେଉଁ ସମୟରେ ସେ ଯୌନ ଶୋଷଣ କ’ଣ ଜାଣି ନଥିଲେ ସେ ବୟସରେ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିବା ଲେଖିଛନ୍ତି ତାହିରା ।

“୨୦ବର୍ଷ ପର୍ଯ୍ୟନ୍ତ ମୁଁ ଏହି ଘଟଣାକୁ ନେଇ ଶାନ୍ତ ହୋଇ ପାରୁ ନଥିଲି । କିନ୍ତୁ ୨୦ବର୍ଷ ପରେ ମୁଁ ଏ ବିଷୟରେ ମୋ ସ୍ୱାମୀ ଏବଂ ପରିବାର ଲୋକଙ୍କୁ ଜଣାଇବା ପରେ ମୋତେ ଶାନ୍ତି ମିଳିଥିଲା । କିନ୍ତୁ ମୋ ସହ ଏଭଳି ବ୍ୟବହାର ହେବା ପରଠାରୁ ମୁଁ କୌଣସି ପୁରୁଷଙ୍କ ସହ କଥା ହେବା ପାଇଁ ଡ଼ରୁଥିଲି । କେହି ମୋତେ ଛୁଇଁଲେ ସେ ମୋ ସହ କିଛି କରିବେନି ତ ବୋଲି ଭାବି ମୋତେ ଡ଼ର ଲାଗୁଥିଲା । କିନ୍ତୁ ଆୟୁଷ୍ମାନ ହିଁ ଜଣେ ଥିଲେ, ଯାହାଙ୍କ ଭଲ ପାଇବା ମୋତେ ସମ୍ଭାଳିଥିଲା ଏବଂ ବାଟକୁ ଆଣିଥିଲା ।

ଯେତେବେଳେ ମୁଁ ଆୟୁଷ୍ମାନଙ୍କୁ ଡ଼େଟ୍‌ କରିବା ଆରମ୍ଭ କଲି । ସେ ସମୟରେ ମଧ୍ୟ ମୁଁ ଆୟୁଷ୍ମାନଙ୍କୁ ମୋତେ ଛୁଇଁବାକୁ ଦେଉ ନ ଥିଲି । କିନ୍ତୁ ମୋତେ ବଦଳାଇବାର ତାଙ୍କର ଧୈର୍ଯ୍ୟ ପାଇଁ ଆଜି ମୁଁ ବଦଳି ପାରିଛି ବୋଲି ତାହିରା ନିଜ ପୋଷ୍ଟରେ ଲେଖିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର