ଫ୍ୟାନଙ୍କ ଟ୍ଵିଟ୍‌ ଯୋଗୁଁ ଧରାପଡ଼ିଲେ କୁନାଲ୍‌ ଖେମୁ, ବିନା ହେଲମେଟରେ ବାଇକ ଚଲାଇ ଜରିମାନା ଦେଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତା କୁନାଲ ଖେମୁଙ୍କୁ ଦେବାକୁ ପଡ଼ିଛି ଜରିମାନା । ବିନା ହେଲ୍‌ମେଟ୍‌ରେ ମୁମ୍ବାଇ ରାଜରାସ୍ତାରେ ଗାଡ଼ି ଚଳାଉଥିବାରୁ ତାଙ୍କୁ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିଛି । କିନ୍ତୁ ଚାଲାଣ କଟା ଯିବାର ପ୍ରକ୍ରିୟା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ସାଧାରଣତଃ ଭାବେ ରାସ୍ତାରେ ବିନା ହେଲ୍‌ମେଟ୍‌ରେ କୌଣସି ବ୍ୟକ୍ତି ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଧରିବା ସହ ଚାଲାଣ କାଟି ଥାଆନ୍ତି । କିନ୍ତୁ କୁନାଲ ଖେମୁଙ୍କ ମାମଲାରେ ସେଭଳି କିଛି ଘଟି ନ ଥିଲା ।
କୁନାଲ ଆରାମରେ ନିଜ ଗାଡ଼ି ଚଳାଇ ବାହାରେ ବୁଲି ଘରେ ପହଞ୍ଚିଥିଲେ । ତାଙ୍କୁ ଜଣା ନଥିଲା ତାଙ୍କ ପଛେ ପଛେ ଟ୍ରାଫିକ୍‌ ପୁଲିସର ଚାଲାଣ ତାଙ୍କ ପାଇଁ ଆସୁଛି । ଘରେ ପହଞ୍ଚିବା ପରେ ତାଙ୍କ ଘରକୁ ୫୦୦ଟଙ୍କାର ଚାଲାଣ ପହଞ୍ଚିଥିଲା ଯାହାକୁ ଦେଖି କୁନାଲ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ପ୍ରକୃତ ଘଟଣା ତାଙ୍କ ସାମ୍ନାକୁ ଆସିଥିଲା । କୁନାଲ ରାସ୍ତାରେ ବିନା ହେଲ୍‌ମେଟ୍‌ ଗାଡ଼ି ଚଳାଉଥିବା ବେଳେ ଜଣେ ଅନିଲ କଶ୍ୟପ୍‌ ନାମକ ଜଣେ ଚାଳକ ତାଙ୍କ ଫଟୋ ଉଠାଇ ଟ୍ଵିଟରରେ ଅପ୍‌ଲୋଡ଼ କରିଥିଲେ ।

ଏହି ଫଟୋଟିକୁ ସେ ମୁମ୍ବାଇ ପୁଲିସକୁ ଟ୍ୟାଗ୍‌ କରିବା ସହ କୁନାଲ ଖେମୁ ଚାଲାଣର ହକ୍‌ଦାର ବୋଲି ଅନିଲ ମୁମ୍ବାଇ ପୁଲିସକୁ କହିଥିଲେ । ମୁମ୍ବାଇ ପୁଲିସକୁ ଏ ନେଇ ସୂଚନା ମିଳିବା ପରେ କୁନାଲଙ୍କ ଘରକୁ ୫୦୦ଟଙ୍କା ଜରିମାନା ଦେବା ପାଇଁ ଚାଲାଣ ପଠା ଯାଇଥିଲା । ଚାଲାଣ ପାଇବା ପରେ କୁନାଲ ନିଜ କାମ ପାଇଁ କ୍ଷମା ମାଗିବା ସହ ଏଭଳି ଆଗକୁ ହେବ ନାହିଁ ବୋଲି କହି ଟ୍ଵିଟ୍‌ କରିଥିଲେ ।

ସମ୍ବନ୍ଧିତ ଖବର