ବର୍ଷ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ଡା. ମନମୋହନ ସିଂହଙ୍କ ଉପରେ ବନିଥିବା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଟ୍ରେଲର ରିଲିଜ୍ ହେବା ପରେ ଚର୍ଚ୍ଚାରେ ରହିଛି । ଫିଲ୍ମରେ ମନମୋହନଙ୍କ ଭୂମିକାରେ ଅଭିନେତା ଅନୁପମ ଖେର ଦେଖାଦେବେ । ତେବେ ଏପର୍ଯ୍ୟନ୍ତ ଦେଶର କେଉଁ କେଉଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଫିଲ୍ମ, କ୍ଷୁଦ୍ର ସିନେମା, ଡକ୍ୟୁମେଣ୍ଟ୍ରି ନିର୍ମିତ ହୋଇସାରିଛି କିମ୍ବା ନିର୍ମାଣ ହେବାକୁ ଅଛି ଆସନ୍ତୁ ଜାଣିବା।
ଜବାହର ଲାଲ ନେହରୁ : ଜବାହର ଲାଲ ନେହରୁ ୧୯୪୭ରୁ ୧୯୬୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କ ଉପରେ ଜଣେ ଆମେରିକୀୟ ନିର୍ଦ୍ଦେଶକ A Day In The Life Of Prime Minister Nehru ନାମକ ଏକ ଡକ୍ୟୁମେଣ୍ଟ୍ରି ନିର୍ମାଣ କରିଥିଲେ । ଯାହା ପାଇଁ ନିର୍ଦ୍ଦେଶକ ନେହେରୁଙ୍କ ସହ ଜଳଖିଆ ଠାରୁ ଆରମ୍ଭ କରି ଡିନର ପର୍ଯ୍ୟନ୍ତ , ପୁରା ଦିନ ବିତାଇଥିଲେ ।
ଲାଲ ବାହାଦୁର ଶାସ୍ତ୍ରୀ : ଲାଲ ବାହାଦୁର ଶାସ୍ତ୍ରୀ ୧୯୪୬ରେ ମେ ରୁ ସେପ୍ଟେଟର ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଶାସ୍ତ୍ରୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାର ଘୋଷଣା କରିସାରିଛନ୍ତି ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ବିବେକ ଟୁଇଟ କରି ଏହାର ସୂଚନା ଦେଇଛନ୍ତି ।
ଇନ୍ଦିରା ଗାନ୍ଧୀ: ପ୍ରଥମେ ୧୯୬୬ରୁ ୧୯୭୭ ଏବଂ ପୁଣି ୧୯୮୪ରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ଭାରତର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ । ତାଙ୍କ ଉପରେ ଅନେକ ଫିଲ୍ମ ହୋଇସାରିଛି । ଏଥିରେ ୧୯୭୫ରେ ଫିଲ୍ମ ‘ଆନ୍ଧୀ’ , ୧୯୭୭ରେ ‘କିସସା କୁର୍ସି କା’, ୨୦୦୫ରେ ‘ଅମୁ’, ୨୦୧୬ରେ ‘ଅକ୍ଟୋବର’ ଓ ୨୦୧୭ରେ ‘ଇନ୍ଦୁ’ ସରକାର ସାମିଲ ଅଛି ।
ମୋରାରଜୀ ଦେସାଇ : ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ବନିଲେ । ତାଙ୍କ ଭୂମିକାକୁ ଫିଲ୍ମ Solar Eclipse: Depth of Darkness ଦେଖାଯିବ । ଏହି ଫିଲ୍ମ ହଲିଉଡ-ବଲିଉଡ ମିଶି ନିର୍ମାଣ କରୁଛନ୍ତି । ଆମେରିକାରେ ଫିଲ୍ମ ରିଲିଜ ହେବାର ତାରିଖ ୩୦ ଜାନୁୟାରୀ ୨୦୧୯ ନିର୍ଦ୍ଧାରିତ ଅଛି ।
ରାଜୀବ ଗାନ୍ଧୀ :୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କ ଉପରେ ଫିଲ୍ମ ଏପର୍ଯ୍ୟନ୍ତ ନିର୍ମିତ ହୋଇ ନାହିଁ। କିନ୍ତୁ ୨୦୧୩ରେ ଆସିଥିବା ‘ମାଦ୍ରାସ କୈଫେ’ ରେ ତାଙ୍କର ହତ୍ୟା ସମୟକୁ ଦର୍ଶାଯାଇଛି ।
ଅଟଳ ବିହାରୀ ବାଜପେୟୀ: ୧୯୯୬ରେ ମେ ୧୬ରୁ ଜୁନ୍ ୧ ଏବଂ ୧୯୮୮ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ଅଟଳଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ କରିବାର ଘୋଷଣା ବ୍ୟାନର ସ୍ପେକ୍ଟ୍ରମ୍ ମୁଭିଜ୍ ତରଫରୁ ଡିସେମ୍ବର ୨୦୧୭ରୁ କରାଯାଇସାରିଛି । ତାଙ୍କ ଫିଲ୍ମ ବନିଲେ, ଫିଲ୍ମର ନାମ ହେବ ‘ଯୁଗପୁରୁଷ ଅଟଳ’।
ନରେନ୍ଦ୍ର ମୋଦି: ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ବନିଲେ । ମୋଦିଙ୍କ ବାଲ୍ୟକାଳ ଉପରେ ୩୨ ମିନିଟର ଫିଲ୍ମ ‘ ‘Chalo Jeete Hain’ ୨୦୧୮ରେ ରିଲିଜ୍ ହୋଇଛି । କିନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ବାୟୋଗ୍ରାଫି ବୋଲି ଦାବି କରୁନି ।