ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍ ସରକାର ଏବେ ଆଉ ଏକ ସିନେମା ନିର୍ମାଣ କରିଛନ୍ତି। ଏହାର ଟାଇଟଲ ରହିଛି ‘ଅକ୍ଟୋବର୍’। ଏହି ସିନେମାରେ ସେ ବରୁଣ ଧଓ୍ଵନଙ୍କୁ ନାୟକ ଭୂମିକାରେ ନେଇଥିବା ବେଳେ ନବାଗତା ବନିତା ସନ୍ଧୁ ଏଥିରେ ନାୟିକା ବନିଥିବା ଜଣାଯାଇଛି। ବରୁଣ ଖୁସି ଜାହିର କରିଛନ୍ତି ଯେ ପିକୁ ଭଳି ଭଲ ସିନେମା ତିଆରି କରିଥିବା ସୁଜିତଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି। ଖାଲି ସେତିକି ନୁହେଁ କିଛି ଦିନତଳେ ବରୁଣ ଧଓ୍ଵନ ସୋସିଆଲ ମିଡିଆରେ ଜଣାଇଥିଲେ ଯେ ତାଙ୍କ ଅଭିନୀତ ‘ଅକ୍ଟୋବର୍’ ଆଗାମୀ ବର୍ଷ ଜୁନ ମାସରେ ରିଲିଜ୍ ହେବ । ହେଲେ ଏବେ ପୁଣି ସେ ତାଙ୍କର ଏହି ସିନେମା ଜୁନ୍ ନୁହେଁ ବରଂ ଆସନ୍ତା ବର୍ଷ ଏପ୍ରିଲ ୧୩ ତାରିଖରେ ପରଦାକୁ ଆସିବ ବୋଲି କହିଛନ୍ତି।
photo-newsstate.s3.amazonaws.comସେ ତାଙ୍କର ନୂଆ ନାୟିକା ବନିତା ସନ୍ଧୁଙ୍କ ପ୍ରଶଂସା କରିବାରେ ଥକୁ ନାହାନ୍ତି। ବରୁଣ କହିଛନ୍ତି ଯେ ବନିତା ଇଂଲାଣ୍ଡରେ ରହନ୍ତି। ପୂର୍ବରୁ ସୁଜିତ ସରକାର ବନିତାଙ୍କୁ ଏକ ଆଡ୍ ଫିଲ୍ମରେ ନେଇଥିଲେ । ସେତେବେଳେ ହିଁ ସୁଜିତ ବନିତା ସନ୍ଧୁଙ୍କୁ ଆଖିରେ ରଖି କାହାଣୀ ପ୍ରସ୍ତୁତ କରିଥିଲେ ଏବଂ ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ହେତୁ ଫ୍ରେସ୍ ମୁହ ନେବାକୁ ଚାହିଁଲେ ବୋଲି ମଧ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜରୁ ଏକ ଲେଖା ପଢ଼ିବା ପରେ‘ଅକ୍ଟୋବର୍’ର କାହାଣୀ ନିର୍ଦ୍ଦେଶକ ସୁଜିତ୍ ସରକାରଙ୍କ ମନକୁ ଆସିଥିଲା।
ଏଠାରେ ସୂଚନାଯୋଗ୍ୟ କି ବରୁଣ ଧଓ୍ଵନଙ୍କ ଅଭିନୀତ ତଥା ଚଳିତ ବର୍ଷ ରିଲିଜ୍ ହୋଇଥିବା ଦୁଇଟି ସିନେମା ‘ବଦ୍ରିନାଥକି ଦୁଲହନିଆ’ ଏବଂ ‘ ଜୁଡଓ୍ଵା-୨’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି। ଏହି କାରଣରୁ ବରୁଣ ଧଓ୍ଵନ ତାଙ୍କର ଫିସ୍ ବଢ଼ାଇ ଦେଇଛନ୍ତି। କୁହାଯାଉଛି ଯେ ସେ ଗୋଟିଏ ସିନେମାରେ କାମ କରିବା ଲାଗି ୨୫ କୋଟି ଡିମାଣ୍ଡ କରୁଛନ୍ତି। ଏହାପରେ ସେ ଅନୁଷ୍କା ଶର୍ମାଙ୍କ ସହ ଏକ ନୂଆ ସିନେମା ‘ସୁଇ ଧାଗା’ରେ କାମ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/varun-twitter_650x400_51509380474.jpg)