ଭାରତୀୟ ସିନେମାପାଇଁ ଆସନ୍ତା ୨ ମାସ ହେଉଛି ବେଶ୍ ମହତ୍ତ୍ୱପୂର୍ଣ୍ଣ। ଏହି ୨ ମାସ ଭିତରେ ରିଲିଜ୍ ହେବ ୫ଟି ବଡ଼ ସିନେମା । ବିଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବର୍ଷର ଅନ୍ତିମ ପର୍ଯ୍ୟାୟରେ ପରଦାକୁ ଆସୁଛି ୫ଟି ମେଗା ମୁଭି।
/sambad/media/post_attachments/wp-content/uploads/2018/10/Movies-in-November-December_Infographics_2.jpg)
/sambad/media/post_attachments/wp-content/uploads/2018/10/Movies-in-November-December_Infographics_3.jpg)
ସବୁଠୁ ଅଧିକ ବ୍ୟବସାୟ କରିବ
ସିନେ ବିଶେଷଜ୍ଞଙ୍କ କହିବା ଅନୁସାରେ ବିଗତ ୧୦ ବର୍ଷ ମଧ୍ୟରେ ଏହି ୨ ମାସ ଭିତରେ ସବୁଠୁ ଅଧିକ ବ୍ୟବସାୟ ହୋଇ ପାରେ। ରିଲିଜ୍ ଅପେକ୍ଷାରେ ଥିବା ଏହି ୫ ଚଳଚ୍ଚିତ୍ରର ବିଷୟବସ୍ତୁ ଭଲ ହୋଇଥିବାରୁ ଦର୍ଶକଙ୍କୁ ଏହା ଭଲ ଲାଗିପାରେ। ଠଗ୍ସ୍ ଅଫ୍ ହିନ୍ଦୁସ୍ତାନ ପ୍ରଥମ ଦିନରେ ହିଁ ୫୦ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।
/sambad/media/post_attachments/wp-content/uploads/2018/10/Movies-in-November-December_Infographics_4.jpg)
/sambad/media/post_attachments/wp-content/uploads/2018/10/Movies-in-November-December_Infographics_5_A.jpg)
/sambad/media/post_attachments/wp-content/uploads/2018/10/Movies-in-November-December_Infographics_5_B.jpg)
ଗତ ୧୦ ବର୍ଷ ମଧ୍ୟରେ ବର୍ଷର ଶେଷ ୩ ମାସ ଭିତରେ ରିଲିଜ୍ ହୋଇଥିବା ସିନେମା
ବର୍ଷ ସିନେମା ରୋଜଗାର (କୋଟିରେ)
୨୦୦୮ ଗଜନୀ ୨୩୨
୨୦୦୯ ଥ୍ରି ଇଡିଅଟ୍ସ ୪୬୦
୨୦୧୦ ରୋବଟ୍ ୧୬୦
୨୦୧୧ ଡନ୍-୨ ୨୦୯
୨୦୧୨ ଦବଙ୍ଗ୍-୨ ୨୦୨
୨୦୧୩ ଧୁମ୍-୩ ୫୮୯
୨୦୧୪ ପିକେ ୪୬୦
୨୦୧୫ ପ୍ରେମ୍ ରତନ୍ ଧନ୍ ପାୟୋ ୪୩୨
୨୦୧୬ ଦଙ୍ଗଲ୍ ୨୧୬୦
୨୦୧୭ ସିକ୍ରେଟ୍ ସୁପର୍ଷ୍ଟାର୍ ୯୭୭
/sambad/media/post_attachments/wp-content/uploads/2018/10/Movies-in-November-December_Infographics_6.jpg)
ଶେଷ କେତୋଟି ସିନେମାରେ ସମସ୍ତଙ୍କଠୁ ଅଧିକ ରୋଜଗାର କରିଥିବା ଷ୍ଟାର ହେଉଛନ୍ତି ଅମିର୍ ଖାନ୍। ଅମିର୍ ଗଜନୀ, ଥ୍ରି ଇଡିଅଟ୍ସ, ପିକେ ଓ ଦଙ୍ଗଲ ଭଳି ବଡ଼ ସିନେମା ଦର୍ଶକଙ୍କୁ ଦେଇଛନ୍ତି। ଏହି ସବୁ ସିନେମା ୩୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି।
/sambad/media/post_attachments/wp-content/uploads/2018/10/Movies-in-November-December_Infographics_7.jpg)
ଏ ବର୍ଷର ଶେଷ ୨ ମାସରେ ରିଲିଜ୍ ହେବାକୁ ଥିବା ସିନେମା ଓ ତାର ବିଶେଷତ୍ୱ
/sambad/media/post_attachments/wp-content/uploads/2018/10/Movies-in-November-December_Infographics_8.jpg)
ଠଗ୍ସ୍ ଅଫ୍ ହିନ୍ଦୁସ୍ତାନ୍
ଷ୍ଟାର୍ –ଅମିତାଭ ବଚ୍ଚନ, ଅମିର ଖାନ୍, କ୍ୟାଟ୍ରିନା କେଫ୍, ଫାତିମା ସନା
ରିଲିଜ୍ – ୮ ନଭେମ୍ବର, ୨୦୧୮
ବଜେଟ୍ – ୩୦୦ କୋଟି
ବିଶେଷତ୍ୱ – ପ୍ରଥମ ଥର ଅମିର୍ ଖାନ୍ ଓ ଅମିତାଭ ବଚ୍ଚନ ଏକ ସଙ୍ଗେ ଗୋଟିଏ ସିନେମାରେ ଆସୁଛନ୍ତି।
/sambad/media/post_attachments/wp-content/uploads/2018/10/Movies-in-November-December_Infographics_9.jpg)
୨ ପଏଣ୍ଟ୍ ଜିରେ
ଷ୍ଟାର୍ – ରଜନିକାନ୍ତ, ଅକ୍ଷୟ କୁମାର, ୟାମି ଜ୍ୟାକ୍ସନ୍
ରିଲିଜ୍ – ୨୯ ନଭେମ୍ବର, ୨୦୧୮
ବଜେଟ୍ – ୪୦୦ କୋଟିରୁ ଊର୍ଦ୍ଧ୍ୱ
ବିଶେଷତ୍ୱ – ଅକ୍ଷୟ କୁମାର ନେଗେଟିଭ୍ ରୋଲ୍ରେ ଅଛନ୍ତି ଓ ରଜନୀକାନ୍ତଙ୍କ ଅଭିନୟ ଏବଂ ଏ.ଆର୍.ରହମାନ୍ଙ୍କ ମ୍ୟୁଜିକ୍ ହେଉଛି ଖାସ୍।
/sambad/media/post_attachments/wp-content/uploads/2018/10/Movies-in-November-December_Infographics_10.jpg)
ଟୋଟାଲ୍ ଧମାଲ୍
ଷ୍ଟାର୍ – ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦୀକ୍ଷିତ
ରିଲିଜ୍ – ୭ ଡିସେମ୍ବର, ୨୦୧୮
ବଜେଟ୍ – ୭୦ କୋଟି
ବିଶେଷତ୍ୱ – ଧମାଲ୍ ସିରିଜ୍ର ୨ଟି ଫିଲ୍ମ୍ ହିଟ୍ ହୋଇଛି ଓ ଦୀର୍ଘ ସମୟ ପରେ ଅନିଲ୍ କପୁର୍ ଓ ମାଧୁରୀ ଦୀକ୍ଷିତ ଏକ ସଙ୍ଗେ ଆସୁଛନ୍ତି।
/sambad/media/post_attachments/wp-content/uploads/2018/10/Movies-in-November-December_Infographics_11.jpg)
ଜିରୋ
ଷ୍ଟାର୍ – ଶାହରୁଖ୍ ଖାନ୍, କ୍ୟାଟ୍ରିନା କେଫ୍, ଅନୁଷ୍କା ଶର୍ମା
ରିଲିଜ୍ – ୨୧ ଡିସେମ୍ବର, ୨୦୧୮
ବଜେଟ୍ – ୧୩୦ କୋଟି
ବିଶେଷତ୍ୱ – ଶାହରୁଖ ଖାନ୍ ବାମନ ଭୂମିକାରେ ଅଭିନୟ କରୁଛନ୍ତି।
/sambad/media/post_attachments/wp-content/uploads/2018/10/Movies-in-November-December_Infographics_12.jpg)
ସିମ୍ବା
ଷ୍ଟାର୍ – ରଣବୀର କୁପର, ସାରା ଅଲ୍ଲୀ ଖାନ୍, ସୋନୁ ସୁଦ୍
ରିଲିଜ୍ – ୨୮ ଡିସେମ୍ବର, ୨୦୧୮
ବଜେଟ୍ – ୧୦୦ କୋଟି
ବିଶେଷତ୍ୱ – ଏହା ହେଉଛି ତେଲୁଗୁ ସିନେମା ଟେମ୍ପର୍ର ରିମେକ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Movies-in-November-December_Infographics_1.jpg)