ଭାରତୀୟ ସିନେମାପାଇଁ ଆସନ୍ତା ୨ ମାସ ହେଉଛି ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଏହି ୨ ମାସ ଭିତରେ ରିଲିଜ୍‌ ହେବ ୫ଟି ବଡ଼ ସିନେମା । ବିଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବର୍ଷର ଅନ୍ତିମ ପର୍ଯ୍ୟାୟରେ ପରଦାକୁ ଆସୁଛି ୫ଟି ମେଗା ମୁଭି।

Advertisment

publive-image

publive-image

ସବୁଠୁ ଅଧିକ ବ୍ୟବସାୟ କରିବ
ସିନେ ବିଶେଷଜ୍ଞଙ୍କ କହିବା ଅନୁସାରେ ବିଗତ ୧୦ ବର୍ଷ ମଧ୍ୟରେ ଏହି ୨ ମାସ ଭିତରେ ସବୁଠୁ ଅଧିକ ବ୍ୟବସାୟ ହୋଇ ପାରେ। ରିଲିଜ୍‌ ଅପେକ୍ଷାରେ ଥିବା ଏହି ୫ ଚଳଚ୍ଚିତ୍ରର ବିଷୟବସ୍ତୁ ଭଲ ହୋଇଥିବାରୁ ଦର୍ଶକଙ୍କୁ ଏହା ଭଲ ଲାଗିପାରେ। ଠଗ୍‌ସ୍‌ ଅଫ୍‌ ହିନ୍ଦୁସ୍ତାନ ପ୍ରଥମ ଦିନରେ ହିଁ ୫୦ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

publive-imagepublive-imagepublive-image

ଗତ ୧୦ ବର୍ଷ ମଧ୍ୟରେ ବର୍ଷର ଶେଷ ୩ ମାସ ଭିତରେ ରିଲିଜ୍‌ ହୋଇଥିବା ସିନେମା
ବର୍ଷ        ସିନେମା                           ରୋଜଗାର (କୋଟିରେ)
୨୦୦୮   ଗଜନୀ                            ୨୩୨
୨୦୦୯   ଥ୍ରି ଇଡିଅଟ୍‌ସ                     ୪୬୦
୨୦୧୦   ରୋବଟ୍‌                           ୧୬୦
୨୦୧୧   ଡନ୍‌-୨                            ୨୦୯
୨୦୧୨   ଦବଙ୍ଗ୍‌-୨                         ୨୦୨
୨୦୧୩   ଧୁମ୍‌-୩                           ୫୮୯
୨୦୧୪   ପିକେ                             ୪୬୦
୨୦୧୫   ପ୍ରେମ୍‌ ରତନ୍‌ ଧନ୍‌ ପାୟୋ       ୪୩୨
୨୦୧୬   ଦଙ୍ଗଲ୍‌                             ୨୧୬୦
୨୦୧୭   ସିକ୍ରେଟ୍‌ ସୁପର୍‌ଷ୍ଟାର୍‌              ୯୭୭

publive-image

ଶେଷ କେତୋଟି ସିନେମାରେ ସମସ୍ତଙ୍କଠୁ ଅଧିକ ରୋଜଗାର କରିଥିବା ଷ୍ଟାର ହେଉଛନ୍ତି ଅମିର୍‌ ଖାନ୍‌। ଅମିର୍‌ ଗଜନୀ, ଥ୍ରି ଇଡିଅଟ୍‌ସ, ପିକେ ଓ ଦଙ୍ଗଲ ଭଳି ବଡ଼ ସିନେମା ଦର୍ଶକଙ୍କୁ ଦେଇଛନ୍ତି। ଏହି ସବୁ ସିନେମା ୩୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି।

publive-image

ଏ ବର୍ଷର ଶେଷ ୨ ମାସରେ ରିଲିଜ୍‌ ହେବାକୁ ଥିବା ସିନେମା ଓ ତାର ବିଶେଷତ୍ୱ

publive-image

ଠଗ୍‌ସ୍‌ ଅଫ୍‌ ହିନ୍ଦୁସ୍ତାନ୍‌
ଷ୍ଟାର୍‌ –ଅମିତାଭ ବଚ୍ଚନ, ଅମିର ଖାନ୍‌, କ୍ୟାଟ୍‌ରିନା କେଫ୍‌, ଫାତିମା ସନା
ରିଲିଜ୍‌ – ୮ ନଭେମ୍ବର, ୨୦୧୮
ବଜେଟ୍‌ – ୩୦୦ କୋଟି
ବିଶେଷତ୍ୱ – ପ୍ରଥମ ଥର ଅମିର୍‌ ଖାନ୍‌ ଓ ଅମିତାଭ ବଚ୍ଚନ ଏକ ସଙ୍ଗେ ଗୋଟିଏ ସିନେମାରେ ଆସୁଛନ୍ତି।

publive-image

୨ ପଏଣ୍ଟ୍‌ ଜିରେ
ଷ୍ଟାର୍‌ – ରଜନିକାନ୍ତ, ଅକ୍ଷୟ କୁମାର, ୟାମି ଜ୍ୟାକ୍ସନ୍‌
ରିଲିଜ୍‌ – ୨୯ ନଭେମ୍ବର, ୨୦୧୮
ବଜେଟ୍‌ – ୪୦୦ କୋଟିରୁ ଊର୍ଦ୍ଧ୍ୱ
ବିଶେଷତ୍ୱ – ଅକ୍ଷୟ କୁମାର ନେଗେଟିଭ୍‌ ରୋଲ୍‌ରେ ଅଛନ୍ତି ଓ ରଜନୀକାନ୍ତଙ୍କ ଅଭିନୟ ଏବଂ ଏ.ଆର୍‌.ରହମାନ୍‌ଙ୍କ ମ୍ୟୁଜିକ୍‌ ହେଉଛି ଖାସ୍‌।

publive-image

ଟୋଟାଲ୍‌ ଧମାଲ୍‌
ଷ୍ଟାର୍‌ – ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦୀକ୍ଷିତ
ରିଲିଜ୍‌ – ୭ ଡିସେମ୍ବର, ୨୦୧୮
ବଜେଟ୍‌ – ୭୦ କୋଟି
ବିଶେଷତ୍ୱ – ଧମାଲ୍‌ ସିରିଜ୍‌ର ୨ଟି ଫିଲ୍ମ୍‌ ହିଟ୍‌ ହୋଇଛି ଓ ଦୀର୍ଘ ସମୟ ପରେ ଅନିଲ୍‌ କପୁର୍‌ ଓ ମାଧୁରୀ ଦୀକ୍ଷିତ ଏକ ସଙ୍ଗେ ଆସୁଛନ୍ତି।

publive-image

ଜିରୋ
ଷ୍ଟାର୍‌ – ଶାହରୁଖ୍‌ ଖାନ୍‌, କ୍ୟାଟ୍ରିନା କେଫ୍‌, ଅନୁଷ୍କା ଶର୍ମା
ରିଲିଜ୍‌ – ୨୧ ଡିସେମ୍ବର, ୨୦୧୮
ବଜେଟ୍‌ – ୧୩୦ କୋଟି
ବିଶେଷତ୍ୱ – ଶାହରୁଖ ଖାନ୍‌ ବାମନ ଭୂମିକାରେ ଅଭିନୟ କରୁଛନ୍ତି।

publive-image

ସିମ୍ବା
ଷ୍ଟାର୍‌ – ରଣବୀର କୁପର, ସାରା ଅଲ୍ଲୀ ଖାନ୍‌, ସୋନୁ ସୁଦ୍‌
ରିଲିଜ୍‌ – ୨୮ ଡିସେମ୍ବର, ୨୦୧୮
ବଜେଟ୍‌ – ୧୦୦ କୋଟି
ବିଶେଷତ୍ୱ – ଏହା ହେଉଛି ତେଲୁଗୁ ସିନେମା ଟେମ୍ପର୍‌ର ରିମେକ୍‌।