ନୂଆଦିଲ୍ଲୀ: ଯଦି ଆପଣ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତେବେ ଆପଣ ନିଶ୍ଚିତ ଭାବରେ ଭାଇରାଲ୍ ହେଉଥିବା 'ମୋୟେ ମୋୟେ' ଟ୍ରେଣ୍ଡ୍ ବିଷୟରେ ଜାଣିଥିବେ। ଏକଥା ବି ଜାଣନ୍ତୁ ଯେ ଏହି ଭାଇରାଲ୍ ଦୁଇଟି ଶବ୍ଦ ଏକ ସର୍ବିୟ ଗୀତରୁ ଉଦ୍ଧୃତ। ଏହା ପ୍ରଥମେ ଟିକ୍‌ଟକ୍‌ରେ ଲୋକଙ୍କୁ ଆକୃଷ୍ଟ କରିଥିବା ବେଳେ ପରେ ଏହା ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟାପିଗଲା

Advertisment

ମୌଳିକ ଭାବେ ସର୍ବିୟ ଗାୟକ ତଥା ଗୀତିକାର ତେୟା ଦୋରା ଏହି ଗୀତଟିର ସୃଷ୍ଟିକର୍ତ୍ତା। ସେ ଏହି ଗୀତରେ ତାଙ୍କ ୟୁଟ୍ୟୁବ୍‌‌ରେ ୭୫ ମିଲିୟନ୍‌ ଭିୟୁ ପାଇବା ପରେ ଗୀତଟି ଟ୍ରେଣ୍ଡ୍‌ ହେବାକୁ ଲାଗିଲା। ଗୀତଟିର ଧାଡ଼ି ଦୁଃଖ ଓ ନିରାଶାକୁ ସୂଚୀତ କରୁଥିବା ବେଳେ ଭାରତରେ ଏହି ଗୀତକୁ ମଜାକିଆ ପରିସ୍ଥିତିରେ ବ୍ୟବହାର କରାଯାଇ ରିଲ୍ସ ବନାଯାଉଛି।

ଗୀତରେ ଥିବା  'ମୋୟେ ମୋୟେ' ବାକ୍ୟାଂଶ ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟବହାର କରାଯାଉଛି।  ସୂଚନାଯୋଗ୍ୟ, ଏହି ଗୀତର ସଠିକ୍ ଉଚ୍ଚାରଣ ହେଉଛି 'ମୋଇ ମୋରେ' କିନ୍ତୁ ଭାଇରାଲ୍ ଟ୍ରେଣ୍ଡ୍‌ରେ ଏହାକୁ ‘ମୋୟେ ମୋୟେ’ ବୋଲି କୁହାଯାଉଛି।

ଯଦିଓ ଗୀତଟିର ଅର୍ଥ ଭିନ୍ନ। ହେଲେ ଆମ ଦେଶରେ ଏହାକୁ ନିଜ ନିଜ ଉପାୟରେ ପ୍ରୟୋଗ କରି ମଜା ଉଠାଉଛନ୍ତି ନେଟିଜେନ୍‌। ବିଶେଷ କରି ବ୍ୟକ୍ତିଙ୍କର ହାତ କିମ୍ବା ଗ‌ୋଡ଼ କୌଣସି ଅଙ୍ଗ ନଥିବା କ୍ଷେତ୍ରରେ ଏହି ଗୀତକୁ ବଜାଇ ରିଲ୍ସ ବନାଉଛନ୍ତି। ରିଲ୍ସ ଶେଷରେ ଏକ ମଜାକିଆ ଢଙ୍ଗ ଦେଖିବାକୁ ମିଳୁଛି।

ବିଶେଷ କରି ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ ଫାଇନାଲରେ ଭାରତ ପରାସ୍ତ ହେବା ପରେ ସମଗ୍ର ଦେଶରେ ଏହା ଲୋକପ୍ରିୟତା ହାସଲ କରିଛି। ହୃଦୟ ଭାଙ୍ଗିଥିବା ଏହି ମ୍ୟାଚ୍ ପରେ, ବିଶ୍ୱକପ୍ ସମ୍ବନ୍ଧୀୟ ଭିଡିଓଗୁଡିକ ସେୟାର କରୁଥିବା ବ୍ୟବହାରକାରୀ ଏହି ଟ୍ରେଣ୍ଡିଂ ଗୀତକୁ ବେଶି ବ୍ୟବହାର କରୁଛନ୍ତି।