ନୂଆଦିଲ୍ଲୀ: ପଙ୍କଜ ତ୍ରିପାଠୀ ବଲିଉଡର ଏକ ଜଣାଶୁଣା ନାମ। ପଙ୍କଜ ତାଙ୍କ ଅଭିନୟ ଯାଦୁରେ ଅନେକ ଲୋକଙ୍କୁ ବାନ୍ଧି ରଖିଛନ୍ତି। ପଙ୍କଜ ତାଙ୍କ ଅଭିନୟ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ବି ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କାରଣ ବିବାହ ପରଠାରୁ ତାଙ୍କ ଜୀବନରେ ଉଠାଣି ଗଡାଣି ଲାଗି ରହିଛି।

Advertisment

ନିକଟରେ ପଙ୍କଜ ତ୍ରିପାଠୀଙ୍କ ସ୍ତ୍ରୀ ମୃଦୁଳା ତ୍ରିପାଠୀ ଏକ ସାକ୍ଷାତକାରରେ କହିଛନ୍ତି, ‘ପଙ୍କଜଙ୍କ ମା’ ଅର୍ଥାତ ମୋର ଶାଶୁ ଆଜି ପର୍ଯ୍ୟନ୍ତ ମୋତେ ଆପଣାଇ ନାହାନ୍ତି। ବିବାହ ପ‌ରେ ମୁଁ ଅନେକ ମାସ ପର୍ଯ୍ୟନ୍ତ ପଙ୍କଜଙ୍କ ସହ ବଏଜ ହଷ୍ଟେଲରେ ରହିଛି।

ପଙ୍କଜଙ୍କ ସହ ମୋର ପ୍ରଥମ ସାକ୍ଷାତ ଭାଇଙ୍କ ବିବାହରେ ହୋଇଥିଲା। କାରଣ ପଙ୍କଜଙ୍କ ଭଉଣୀଙ୍କ ବିବାହ ମୋର ଭାଇଙ୍କ ସହିତ ହୋଇଥିଲା। ସେ ସମୟରେ ମୁଁ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ପଙ୍କଜ ଦ୍ବାଦଶଶ୍ରେଣୀରେ ପାଠପଢ଼ୁଥିଲେ। ସେ ସମୟରୁ ଆମେ ପରସ୍ପର ପ୍ରତି ଆକର୍ଷିତ ହୋଇ ଭଲ ପାଇ ବସିଥିଲୁ।

ବିବାହ ବୟସ ହେବାପରେ ପଙ୍କଜ ଓ ମୋ ପାଇଁ ଘରଲୋକ ଝିଅ ଓ ପୁଅ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ ପଙ୍କଜ ଓ ମୁଁ ଆମ ଭଲ ପାଇବା ବିଷୟରେ ଘରେ ଜଣାଇଥିଲୁ। ଆମ ଘରଲୋକ ବୁଝିବା ପାଇଁ କିଛି ସମୟ ନେଇଥିଲେ କିନ୍ତୁ ପଙ୍କଜଙ୍କ ମା’ ସେବେଠାରୁ  ଆଜି ପର୍ଯ୍ୟନ୍ତ ମୋତେ ଆପଣାଇବାକୁ ପ୍ରସ୍ତୁତ ନୁହନ୍ତି।’

ଅଧିକପଢ଼ନ୍ତୁ:https://sambad.in/entertainment/arjun-kapoor-shares-a-cryptic-post-on-malaika-arora-birthday-7354937