ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ମୃଣାଲ, ଜୋର ଧରିଲା ଡେଟିଂ ଚର୍ଚ୍ଚା

ମୁମ୍ବାଇ: ବିବାହ ଚର୍ଚ୍ଚା ମଧ୍ୟରେ ବଲିଉଡର ଲୋକପ୍ରିୟ ରାପର ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ଅଭିନେତ୍ରୀ ମୃଣାଲ ଠାକୁର। ଜୋର ଧରିଲା ଡେଟିଂ ଚର୍ଚ୍ଚା। କିଛି ଦିନ ହେବ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ସେ କାହାକୁ ଓ କେବେ ବିବାହ କରିବେ, ତାହା ସାମ୍ନାକୁ ଆସିନଥିଲା। ଏହା ସହ ମୃଣାଲ ମଧ୍ୟ ବିବାହ ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ଏବେ ମୃଣାଲ, ବାଦଶାହଙ୍କ ହାତ ଧରି ଦୀପାବଳି ପାର୍ଟିକୁ ଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଦୁହିଁଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ମୁତାବକ, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୀପାବଳି ପାଇଁ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଅନେକ ବଡ଼ ବଡ଼ କଳାକାର ନଜର ଆସିଥିବା ବେଳେ ବାଦଶାହ ଓ ମୃଣାଲ ମଧ୍ୟ ପାର୍ଟିରେ ପହଞ୍ଚିଥିଲେ। ହେଲେ ଦୁହେଁ ଏକା ସାଙ୍ଗରେ ଗୋଟିଏ କାରରେ ଆସିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରସ୍ପରର ହାତ ଧରି ଦୁହେଁ ପାର୍ଟିକୁ ଯାଉଥିବାର ଦେଖି ଏବେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହେବା ପରେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା। ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେବା ପରେ ଏହା ମିଛ ବୋଲି କହିଥିଲେ ବାଦଶାହ।

ସମ୍ବନ୍ଧିତ ଖବର