ମୁମ୍ବାଇ: ସଂଘର୍ଷ ସମୟରେ ଦିନେ ଜୀବନ ହାରିବାକୁ ଭାବିଥିଲେ ଏହି ଅଭିନେତ୍ରୀ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ ବାବଦରେ କହିବୁ | ଦକ୍ଷିଣ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ନିଜ ଅଭିନୟ ଦ୍ୱାରା ସୁନାମ ଅର୍ଜନ କରିଥିବା ଅଭିନେତ୍ରୀ ହେଉଛନ୍ତି ମୃଣାଳ ଠାକୁର | ଆଜି ମୃଣାଳ ଉଭୟ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ସେ ଏହି ସ୍ଥିତିରେ ପହଞ୍ଚିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଯେତେବେଳେ ସେ କ୍ୟାରିୟର କରିବାକୁ ମୁମ୍ବାଇ ଆସିଥିଲେ ସେତେବେଳେ ବହୁ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା |
ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ କାମ ନ ପାଇବାରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କାରଣ ସେ ବିଫଳ ହେବା ପରେ ଘରକୁ ଫେରିବାକୁ ଚାହୁଁନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, 'ସଂଘର୍ଷ ସମୟରେ ମୁଁ ଲୋକାଲ ଟ୍ରେନରେ ଯାତ୍ରା କରୁଥିଲି। ସେହି ସମୟରେ, ମୁଁ ଅନେକ ଥର ଭାବୁଥିଲି ଯେ ମୁଁ ଟ୍ରେନରୁ ଡେଇଁପଡିବି ..କିନ୍ତୁ ତା’ପରେ ଅଭିନେତ୍ରୀ ନିଜକୁ ନିୟନ୍ତ୍ରଣ କଲେ ଏବଂ ସାହସ ହରାଇଲେ ନାହିଁ। ମୃଣାଳଙ୍କ କାମ ବାବଦରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ହାଏ ଆନ୍ନା'ରେ ଦେଖିବାକୁ ମିଳିଥିଲା | ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ୍ କରିଥିଲା |