ସଲମାନଙ୍କ ନାୟିକା ହେବାର ସୁଯୋଗରୁ ବଞ୍ଚିତା ଏହି ନାୟିକାଙ୍କୁ ମିଳିଲା ରିତିକ୍‌ ରୋଶନଙ୍କ ସାଥ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ରିତିକ ରୋଶନ୍‌ ଏଇ ନିକଟରେ ‘ସୁପର-୩୦’ ଟାଇଟଲରେ ନିର୍ମାଣାଧୀନ ସିନେମା ସାଇନ୍‌ କରିଛନ୍ତି। ଏହାର କାହାଣୀ ଜଣେ ମହାନ୍‌ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି। ପ୍ରଥମେ ଏଥିରେ ଅକ୍ଷୟ କୁମାଙ୍କୁ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା ହେଲେ ଶେଷରେ ରିତିକ ରୋଶନ୍‌ ଫାଇନାଲ ହେଲେ। ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଦୀର୍ଘ ଦିନ ହେଲା କିଏ ଏଥିରେ ରିତିକ୍‌ ରୋଶନଙ୍କ ବିପକ୍ଷରେ ନାୟିକା ସାଜିବେ ତାକୁ ନେଇ ଆକଳନ ଲାଗି ରହିଥିଲା।

photo-navbharattimes

ପ୍ରଥମେ କୁହାଗଲା ଯେ‘ସୁପର-୩୦’ରେ କାଟ୍ରିନା କୈଫ୍‌ ହେବେ ରିତିକ୍‌ ରୋଶନଙ୍କ ନାୟିକା। କିନ୍ତୁ ଏଥିରେ ନାୟିକା ଭୂମିକାଟି ଛୋଟ ହୋଇଥିବା ହେତୁ ସେ ମନା କଲେ। ଏବେ ଯେଉଁ ନାୟିକାଙ୍କ ନାମ ଏବେ ଫାଇନାଲ ହୋଇଛି ସେ ଜଣେ ଟେଲି ନାୟିକା। ନାଆଁ ତାଙ୍କର ମୃଣାଲ ଠାକୁର। ସେ ଜି ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘କୁମକୁମ୍‌ ଭାଗ୍ୟ’ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ଖାଲି ସେତିକି ନୁହେଁ ମୃଣାଲ ଏକ ଇଣ୍ଡୋ-ଆମେରିକାନ୍‌ ମୁଭିରେ ବି କାମ କରିବାର ସୁଯୋଗ ପାଇଛନ୍ତି।

 

ଆଉ ଏକ ବଡ଼ କଥା ହେଲା ପୂର୍ବରୁ ସଲମାନ୍‌ ଖାନଙ୍କ ବିପକ୍ଷରେ ଏକ ସିନେମାରେ ସେ ନାୟିକା ହେବା ଏକ ପ୍ରକାରର ଫାଇନାଲ ହୋଇଥିଲା ହେଲେ ହେଲେ ଶେଷ ମୁହୁର୍ତ୍ତରେ ସେଥିରୁ ବାଦ୍‌ ପଡ଼ିଥିଲେ ମୃଣାଲ। ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାହା ହେଲା ‘ସୁଲତାନ୍‌’। ଏଥିରେ ଅନୁଷ୍କା ଶର୍ମା ବନିଥିଲେ ସଲମାନଙ୍କ ନାୟିକା।

ସମ୍ବନ୍ଧିତ ଖବର