ଭାରତୀୟ କ୍ରିକେଟ ଇତିହାସରେ ଜଣେ ସଫଳ କ୍ୟାପ୍ଟେନ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତକୁ ଦୁଇ ଥର ବିଶ୍ୱକପ ଆଣି ଦେଇଥିବା ଧୋନୀଙ୍କ କ୍ରିକେଟ ଜୀବନ ଯେତିକି ଚର୍ଚ୍ଚିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ଚର୍ଚ୍ଚିତ । ତାଙ୍କର ଜୀବନୀକୁ ନେଇ ବଲିଉଡ୍ରେ ଫିଲ୍ମ ତିଆରି ସରିଥିବା ବେଳେ ସାକ୍ଷୀଙ୍କ ପୂର୍ବରୁ ତାଙ୍କ ପ୍ରେମ ଜୀବନ କିପରି ଥିଲା ତାହା ଦେଖା ଯାଇଥିଲା । କିନ୍ତୁ ସେ କେତେଜଣଙ୍କୁ ବିବାହ ପୂର୍ବରୁ ଡେଟ୍ କରିଥିଲେ, ସେ ବିଷୟରେ କୌଣସି ଝଲକ ଦେଖିବାକୁ ମିଳି ନଥିଲା । ଆଜି ଆମେ ସେ ବିବାହ ପୂର୍ବରୁ କେଉଁ ୪ଜଣ ବଲିଉଡ୍ ଅଭିନେତ୍ରୀଙ୍କୁ ଡେଟ୍ କରିଥିଲେ ତାହା ଜଣାଇବୁ ।
୧. ୨୦୦୭ରେ ଧୋନୀ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ଦୀପିକା ତାଙ୍କର କ୍ରସ ବୋଲି ଗ୍ରହଣ କରିଥିଲେ ଧୋନୀ । ଦୀପିକା ତାଙ୍କୁ ଓମ ଶାନ୍ତି ଓମର ସ୍କ୍ରିନିଙ୍ଗକୁ ଡ଼ାକିଥିବା ବେଳେ ଧୋନୀ ଦୀପିକାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି୨୦ ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ରକ୍ଷା କରି ଦୀପିକା ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଥିବା ଦେଖା ଯାଇଥିଲା । ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଶେଷରେ ଦୁହେଁ ଡେଟ୍ କରୁଥିବା କଥାକୁ ଅସ୍ୱିକାର କରିଥିଲେ ।
/sambad/media/post_attachments/wp-content/uploads/2019/07/d5f4aa6ea4f4d2f83c10e6e7d708af54-300x285.jpg)
୨. କମେଡି ନାଇଟ୍ ଉଇଥ୍ କପିଲର ପୂର୍ବତନ କ୍ରିଏଟିଭ୍ ନିର୍ଦ୍ଦେଶକ ପ୍ରୀତି ସିମୋଜ୍ଙ୍କୁ ଧୋନୀ ଲୁଚି ଲୁଚି ଡେଟ୍ କରୁଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା । କିନ୍ତୁ ଦୁହେଁ ଏହାକୁ କେବେ ହେଲେ ବି ସ୍ୱୀକାର କରି ନଥିଲେ ।
/sambad/media/post_attachments/wp-content/uploads/2019/07/49813e445ae8808a9c4271e7a99aa1c8-300x169.jpg)
୩. ୨୦୦୯ରେ ସାଉଥ୍ ଅଭିନେତ୍ରୀ ରାଇ ଲକ୍ଷ୍ମୀ ଧୋନୀଙ୍କୁ ଡେଟ୍ କରୁଥିବା ନେଇ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ । କିନ୍ତୁ କିଛି ମାସ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ବୋଲି ରାଇ ଲକ୍ଷ୍ମୀ ଜଣାଇଥିଲେ ମଧ୍ୟ ଧୋନୀ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନଥିଲେ ।
/sambad/media/post_attachments/wp-content/uploads/2019/07/c99ef1d3b3bb61a0c40bd1a7f4d93f56-300x150.jpg)
୪. ବଲିଉଡ୍ ଅଭିନେତ୍ରୀ ଆସିନ ଏବଂ ଧୋନୀ ସମାନ ପୋଷାକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡାର ଥିବା ବେଳେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ୨୦୧୦ରେ ହୋଇଥିବା ଆଇପିଏଲ ସେମିଫାଇନାଲ ସମୟରେ ଧୋନୀଙ୍କୁ ଆସିନଙ୍କ ଘର ଆଗରେ ଦେଖିବାକୁ ମିଳିଥିଲା ।
/sambad/media/post_attachments/wp-content/uploads/2019/07/df7dfaffe0d2f95efe4f5a16edff9f76-300x231.jpg)